ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ବର୍ଷର ଶିଶୁ କନ୍ୟାକୁ ଟ୍ରେନରେ ଛାଡି ଚାଲିଗଲେ ପିତାମାତା

ଯାତ୍ରୀ ଉଦ୍ଧାର କରି ଟିିଟିଇଙ୍କୁ ହସ୍ତାନ୍ତର କଲେ

ବ୍ରହ୍ମପୁର: ତିନି ବର୍ଷ ଏକ ଶିଶୁ କନ୍ୟାକୁ କେହି ଜଣେ ଟ୍ରେନରେ ଛାଡି ଚାଲିଯାଇଥିବା ବେଳେ ଉକ୍ତ ଟ୍ରେନ୍‍ର ଜଣେ ଯାତ୍ରୀ ତାକୁ ଉଦ୍ଧାର କରି କୋଚ୍‍ ଟିଟିଇଙ୍କ ଜରିଆରେ ବ୍ର୍‍ହ୍ମପୁର ଷ୍ଟେସନ୍‍ ମ୍ୟାନେଜର ଦୁର୍ଗାପ୍ରସାଦ ବ୍ରହ୍ମା, ଆରସିଏଚଡି ଟିମ୍‍ ସଂଯୋଜକ କଲ୍ୟାଣ କୁମାର ସିଂ, କାଉନ୍‍ସିଲର ଲତିକା କୁମାରି ଦଳାଇ ଓ ଟିମ୍‍ ମେମ୍ବର ସୁନିତା ସାହୁଙ୍କୁ ହସ୍ତାନ୍ତର କରିଛନ୍ତି। ଶିଶୁ କନ୍ୟାଟିକୁ ଶିଶୁ ମଙ୍ଗଳ ସମିତି ଗଞ୍ଜାମଠାରେ ହାଜର କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ ଅନୁସାରେ ପିଲାଟିକୁ ବ୍ରହ୍ମପୁର ସ୍ପେସିଆଲ୍‍ ଏଡପ୍‍ସନ୍‍ ଏଜେନ୍‍ସିଠାରେ ଆଶ୍ରୟ ଦିଆଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ଗୋଟାଏ ସମୟରେ ଚେନ୍ନାଇରୁ ବ୍ରହ୍ମପୁର ଆସୁଥିବା ଚେନ୍ନାଇ ମେଲ୍‍ର ଏ୨ ବଗିରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମେତ ଏକ ଛୋଟ ଶିଶୁ କନ୍ୟା ଯାତ୍ରା କରୁଥିଲେ। ତେବେ ପଲାସା ଷ୍ଟେସନରେ ଗାଡି ଅଟକିବା ପରେ ଛୁଆର ପିତା ଓ ମାତା ପିଲାଟିକୁ ଛାଡି କେଉଁଆଡେ ଚାଲିଯାଇଥିଲେ। ଟ୍ରେନ୍‍ ଛାଡିବା ପର୍ଯ୍ୟନ୍ତ କେହି ପିଲାକୁ ନେବା ପାଇଁ ନ ଆସିବାରୁ ସେଠାରେ ଥିବା ଜଣେ ଯାତ୍ରୀ ଶିବ ପ୍ରସାଦ ନାହାକ ତୁରନ୍ତ ଆରସିଏଚଡି ଟିମର ସଦସ୍ୟ ଗୋପାଳକୃଷ୍ଣ ଦଳବେହେରାଙ୍କୁ ଜଣାଇଥିଲେ। ପରେ ସେ ଫୋନ୍‍ଯୋଗେ ଯୋଗାଯୋଗ କରି ବ୍ରହ୍ମପୁର ଷ୍ଟେସନରେ ଉପରୋକ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ଶିଶୁ କନ୍ୟାକୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.