ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରାକ୍ଟର ଓଲଟି ୨ ମହିଳା ଶ୍ରମିକ ମୃତ, ୩ ଗୁରୁତର

ରାଇରଙ୍ଗପୁର: ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା -ପୁରୁଣିଆ ରାସ୍ତାର କେନାଲ କଡରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ(ମିତାରାଣୀ ହାଁସଦା)ଙ୍କର ମୃତ୍ୟୁ ଘଟିଛି l ଗୁରୁତର ଅବସ୍ଥାରେ ଆଉ ୪ ଜଣ ମହିଳାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟ ନିଆଯିବା ରାସ୍ତାରେ ମନ୍ଦୋଦରୀ ପାତ୍ର (୫୫)ଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି l ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ଅନ୍ୟ ୩ ଜଣ ମହିଳା ଶ୍ରମିକ ସୋମବାରୀ ମାରାଣ୍ଡି (୪୮), ବୁଦୁଇ ମାରାଣ୍ଡି(୫୨) ଓ ପୁଦି ମାରାଣ୍ଡି (୩୮)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଇଛି l ମୃତକ ଓ ଗୁରୁତର ମହିଳା ଶ୍ରମିକ ସମସ୍ତେ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକିର ବାସିନ୍ଦା ବୋଲି ଜଣା ପଡିଛି l ସୁଲେଇପାଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ପାତ୍ର ଉକ୍ତ ଦୁର୍ଘଟଣାର ତଦନ୍ତ କରୁଛନ୍ତି l ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି l

Leave A Reply

Your email address will not be published.