ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଦୁଇ ମହିଳା ମାଓବାଦୀ

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ କୁଖ୍ୟାତ ମହିଳା ମାଓବାଦୀ ହେଲ୍ ଦେବେ ପୋଡିଆମୀ ଓରଫ୍ ଗାଙ୍ଗି ଏବଂ ଗୀତା ପୋଡିଆମୀ ଓରଫ ରଞ୍ଜିତା । ସେମାନେ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ୍ କମିଟି ସଦସ୍ୟ ଥିଲେ । ମାଓବାଦୀଙ୍କ ବିଚାରଧାରାରେ ଅତିଷ୍ଠ ହୋଇ ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି।
Attracted by generous surrender policy n development initiatives of the Govt, they decided to surrender.
— Odisha Police (@odisha_police) October 3, 2021