ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଡିଆ ରହୁଥିବା ଜମିରେ ଏବେ ସୁନାର ଫସଲ, ବାର୍ଷିକ ୩ ଲକ୍ଷ ଲେଖାଏଁ ଲାଭ ପାଉଛନ୍ତି ଦୁଇ ମହିଳା ଚାଷୀ

ଖଡ଼ିଆଳ : ସରକାରଙ୍କ ଅନେକ ଯୋଜନା ଆଜି ଚାଷୀ ମାନଙ୍କୁ ରୋଜଗାର ଯୋଗାଇ ଦେଇଥିବା ବେଳେ ଏହି ସବୁ ଯୋଜନା ରେ ଅନେକ ଲୋକ ସ୍ବାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସାହର୍ଯ୍ୟ କରିପାରିଛି। ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ସହ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନପ୍ରକାର ପଦକ୍ଷେପମାନ ନେଉଛନ୍ତି। ଆଉ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇ ମହିଳା ମାନେ ସଫଳତା ପାଇଆସୁଛନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଝିତ୍ରୀଦୋଡା ଗାଁ ରେ। ଯେଉଁଠି ଦୁଇଜଣ ମହିଳା କମଳିନୀ ଜଗତ ଓ ଯମୁନା ହଂସ ବିଜୁ କୃଷକ ବିକାଶ ଯୋଜନାରେ ସାମିଲ ହେବା ଶହ ନିଜ ନିଜ ଥିବା ପଡିଆ ଜମି ରେ ସୁନାର ଫସଲ ଅମଳ କରି ସଫଳ ମହିଳା ଚାଷୀ ଭାବରେ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି।ଏହି ଦୁଇ ମହିଳା ଚାଷୀ ନିଜେ ସ୍ୱାବଲମ୍ବୀ ହେବା ଶହ ଅନ୍ୟ ମହିଳାଙ୍କୁ କାର୍ଯ୍ୟ ଯୋଗାଇ ବେଶ ଖୁସି ରେ ଥିବା ପ୍ରକାଶ କରିଛନ୍ତି।

Two women farmers benefited from the Biju Krushak Vikas Yojana

ଝିତ୍ରୀଦୋଡା ଗାଁ ରେ ରହୁଥିବା କମଳିନୀ ଓ ଯମୁନା ଙ୍କ ୫/୫ (୧୦)ଏକର ଚାଷ ଜମି ରହିଛି। ଏହି ଜମିରେ ଜଳ ସେଚନ ସୁବିଧା ନଥିବାରୁ ଜମି ପଡିଆ ପଡିଥିଲା। ଦୁଇ ମହିଳା ନିଜ ଜମିରେ ଜଳସେଚନ ସୁବିଧା ପାଇଁ ଖଡ଼ିଆଳ ଉଠାଜଳସେଚନ ବିଭାଗ କୁ ଯାଇ ବିଜୁକୃଷକ ବିକାଶ ଯୋଜନା ମାଧ୍ୟମରେ ନିଜ ଜମିରେ ବୋରଓଏଲ ଖୋଲାଇଥିଲେ।ଚାଷ ଜମିରେ ଜଳ ସେଚନ ସୁବିଧା ପରେ ଏବେ ଏହି ଜମିରେ ପିଆଜ ଚାଷ ଶହ ବିଭିନ୍ନ ପନିପରିବା ଚାଷ କରି ଦୁଇ ମହିଳା ପୃଥକ ପୃଥକ ଭାବେ ବାର୍ଷିକ ୩ ଲକ୍ଷ ଲେଖାଏଁ ଟଙ୍କାପାଇ ଲାଭବାନ ହେଉଛନ୍ତି।କାମ ନ ପାଇ ରାଜ୍ୟ ବାହାରକୁ କାର୍ଯ୍ୟ ପାଇଁ ଯାଉଥିବା ୬ ପରିବାର ଏହି ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ସେମାନେ ମଧ୍ୟ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି। ଯମୁନା ଓ କମଳିନୀଙ୍କ ଚାଷ କାର୍ଯ୍ୟରେ ସଫଳତାକୁ ନେଇ ସ୍ଥାନୀୟ ଚାଷୀ ମଧ୍ୟ ବିଜୁ କୃଷକ ବିକାଶ ଯୋଜନାରେ ସାମିଲ ହେବାକୁ ଆଗ୍ରହୀ ହେବା ସହ ବହୁ ପରିମାଣରେ ଯୋଗଦେଇଛନ୍ତି।  ଚାଷୀଙ୍କ ଆଗ୍ରହ ଓ ଦୁଇ ମହିଳା ଚାଷୀଙ୍କ ସଫଳତା ବିଜୁକୃଷକ ବିକାଶ ଯୋଜନାର ଉଦେଶ୍ୟକୁ ଏହି ଅଂଚଳ ରେ ସଫଳ ଭାବେ ପ୍ରତିପାଦନ କରୁଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.