ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷା ବାହିନୀ, ୨ଟି ଏକେ-୪୭ ଜବତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପୱାରାଠାରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଦୁଇ ଆତଙ୍କବାଦୀଙ୍କ ଏଲଓସିରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିବା ସହ ନିୟନ୍ତ୍ରଣ ରେଖା ନିକଟରେ ଦୁଇ ଆତଙ୍କୀ ସେନା ଗୁଳିରେ ଟଳିଛନ୍ତି। ଘଟଣାସ୍ଥଳରୁ ଦୁଇଟି ଏକେ ୪୭ ରାଇଫଲ ଏବଂ ଅନ୍ୟ ହତିଆର ଜବତ କରାଯାଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅନ୍ୟପଟେ ଦୁଇ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ ।

ସୂଚନା ମୁତାବକ, କୁପୱାରାରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର କୁପୱାରାର ମାଛିଲ ଅଞ୍ଚଳରେ ଥିବା ଏଲଓସି ଟେକରୀ ନରରେ କରାଯାଇଛି। ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଯବାନମାନେ ସେମାନଙ୍କଠାରୁ ଦୁଇଟି ଏକେ-୪୭, ଦୁଇଟି ପିସ୍ତଲ ଏବଂ ଚାରିଟି ଗ୍ରେନେଡ ଜବତ କରିଛନ୍ତି। ଜାମ୍ମୁ କାଶ୍ମୀର ପୁଲିସ ଏହି ସୂଚନା ଦେଇଛି।

Leave a comment