ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାପ କାମୁଡ଼ାରେ ଦୁଇ ମୃତ

ସମ୍ବଲପୁର : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଶୋଇଥିବା ବେଳେ ସାପ କାମୁଡ଼ିଦେବାରୁ ଦୁଇ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍‌ (୧୧) ଓ ସୁସ୍ମିତା ସୋରେନ୍ (୯)। ଗତକାଲି ବଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏହି ଦୁଇ ଭଉଣୀଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଘର ଲୋକେ ଗୁଣିଆ ଡାକି ବିଷ କାଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରେଢ଼ାଖୋଲ ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.