ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋନପୁରର ‘ମେଙ୍ଗୋ ଆଇସକ୍ରିମ’କୁ ରାଜଧାନୀରେ ଆଦୃତି, ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଜିଲ୍ଲାର ଦୁଇ ଏସଏଚଜି ଗୋଷ୍ଠୀ ସମ୍ବର୍ଦ୍ଧିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ବାରା ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ କିଛି ନୂଆ କରିବାର ପ୍ରଚେଷ୍ଟା ଏବେ ସଫଳ ସାବ୍ୟସ୍ତ ହୋଇଛି । ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ପରିଶ୍ରମ ରାଜ୍ୟ ସ୍ତରରେ ପ୍ରେରଣା ସାଜିଛି । ଭୁବନେଶ୍ବରରେ ଗତ ଚାରି ଦିନ ଧରି ଚାଲିଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨ର ଚତୁର୍ଥ ତଥା ଉଦଯାପନୀ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାର ରାଧା କୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଭୁବନେଶ୍ବରରେ ଆୟୋଜିତ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ୨୦୨୨ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଭିନଵ ରୋଜଗାର ଭିତ୍ତିକ ନିଦର୍ଶନ ସ୍ୱରୂପ ମିଶନ ଶକ୍ତି ବିଭାଗ ଓଡିଶା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏକ ବିଶେଷ ସମ୍ବର୍ଦ୍ଧନା ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ରାଧା କୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାଙ୍କୁ ଏହି ଟ୍ରଫି ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ, ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ସୁଜାତା କାର୍ତ୍ତିକେୟନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ସୁଜାତା କାର୍ତ୍ତିକେୟନ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ କରତାଳି ଦେଇ ଖୁବ୍ ଉତ୍ସାହିତ କରିଥିଲେ ।

ସୂଚନାଯୋଗ୍ୟ ଚଳିତ ବର୍ଷ ଜିଲ୍ଲାରେ ୨୦ ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁ-ବ୍ୟବସ୍ଥିତ ଢଙ୍ଗରେ ବ୍ୟବସାୟୀକରଣ କରାଯାଇ ପାରିଛି । ଏହାକୁ ସଫଳ କରିବା ନିମନ୍ତେ ଜିଲ୍ଳା ମିଶନ ଶକ୍ତି ଦ୍ୱାରା ଗଠିତ ଗଜଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ, ରାଧାକୃଷ୍ଣ ମହିଳା ଗୋଷ୍ଠୀ ପ୍ରମୁଖ ସାମିଲ ରହିଥିବା ବେଳେ ସୁବର୍ଣ୍ଣାଶ୍ରୀ ଉତ୍ପାଦକ କମ୍ପାନୀ ଦ୍ୱାରା ଏହି ଆଇସକ୍ରିମର ବିକ୍ରି ବ୍ୟବସ୍ଥା ଓ ପରିଚାଳନା କରାଯାଉଛି । ଏହି ବିଶେଷ ସମାରୋହରେ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ଗଠିତ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସଫଳ ଉଦ୍ୟୋଗୀ ର ନିଦର୍ଶନ ସ୍ୱରୂପ ପୁରସ୍କୃତ ହୋଇଛି । ଏହି ଗୋଷ୍ଠୀ ୨୦୧୮ରେ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ଏହି ଗୋଷ୍ଠୀ ଦ୍ୱାରା ଜିଲ୍ଲାରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସହ ଛତୁ ଉତ୍ପାଦନ ଓ ତାଲିମ, ମସଲା ଉତ୍ପାଦନ ସହିତ କାଗଜ ଖଲି ଓ ପ୍ଲେଟ ଉତ୍ପାଦନ କରି ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିଛି । ଅନ୍ୟ ମାନଙ୍କୁ ରୋଜଗାର ଓ ଆର୍ଥିକ ସ୍ୱଚ୍ଛଳ କରି ଜିଲ୍ଳା ପାଇଁ ଉଦାହରଣ ହୋଇପାରିଛି ।ଏହି ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ଡେପୁଟି ସି ଇ ଓ ଓରମାସ ଯୁବରାଜ ସାହୁ, ଡି ପି ଏମ ଫ୍ରାନସିସ ଲାକ୍ରା, ଓ ଡି ପି ସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଳା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.