ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହକି ବିଶ୍ବକପ୍ ପାଇଁ ଦୁଇ ଆଇଏଏସ ଅଧିକାରୀଙ୍କୁ ଓଏସଡି ଭାବେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର: ଜାନୁଆରୀ ୧୩ ତାରିଖରେ ଓଡ଼ିଶାରେ ଖେଳାଯିବ ପୁରୁଷ ବିଶ୍ବକପ ହକି । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ଦୁଇ ଜଣ ଆଇଏଏସଙ୍କୁ ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ଏହି ଦୁଇ ଅଧିକାରୀଙ୍କ ଭିତରୁ ଜଣେ ହେଲେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ଇପିକଲର ପରିଚାଳନା ନି‌ର୍ଦେଶକ ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭୂପେନ୍ଦ୍ର ସିଂହ ପୁନିଆ।

ଅନ୍ଯଜଣେ ହେଲେ,ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନି‌ର୍ଦେଶକ ରଘୁ ଜିଙ୍କୁ ବି କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ଏମାନେ ନିଜ ନିଜ ବିଭାଗ ସହ ଏହି ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ଜଣାଯାଇଛି। ଏଣେ ଓଡ଼ିଶା ଖଣି ନିଗମ ଓ ଇଡକଲର ପରିଚାଳନା ନି‌ର୍ଦେଶକ ବଲବନ୍ତ ସିଂହଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ସ୍ବତନ୍ତ୍ର ସଚିବ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଆଗାମୀ ବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ୟ୍ୟନ୍ତ ରାଉରକେଲା ଓ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଏହି ୧୬ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ମୋଟ ୪୪ ମ୍ୟାଚ୍ ଖେଳାଯିବ। ସେଥିମଧ୍ୟରୁ ଭୁବନେଶ୍ବରରେ ୨୪ ଏବଂ ରାଉରକେଲାରେ ୨୦ ମ୍ୟାଚ୍ ଆୟୋଜିତ ହେବ।

Leave A Reply

Your email address will not be published.