ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରପାତରେ ଦୁଇ ବ୍ୟକ୍ତି ଗୁରୁତର, ୩ ଗୃହପାଳିତ ପଶୁ ମୃତ

ବୋଲଗଡ : ବୋଲଗଡ ବ୍ଲକ ସାଗରଗାଁ ପଞ୍ଚାୟତ ଜରିପଡା ଗ୍ରାମଠାରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଦୁଇଜଣ ବ୍ୟକ୍ତି ଗୁରୁତର ହୋଇଥିବାବେଳେ ତିନୋଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି | ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ସନ୍ତୋଷ ବେହେରା (41)ଘଡଘଡ଼ି ସହ ବର୍ଷା ଆସିବାରୁ ଗହୀରରେ ଚରାଉଥିବା ତାଙ୍କର ଗୋଟିଏ ଗାଈ, ଗୋଟିଏ ବଳଦ ଓ ମେଣ୍ଢା କୁ ନେଇ ଘରକୁ ଫେରୁଥିଲେ ମାତ୍ର ପ୍ରବଳ ମାତ୍ରରେ ବର୍ଷା ସହିତ ବଜ୍ରପାତ ହେବାଫଳରେ ଗୋରୁ ଗୁଡିକ ଏକ ବର ଗଛ ଠାରେ ଅଟକି ରହିଥିଲେ | ସେହି ସମୟରେ ବଜ୍ରପାତହେବା ଯୋଗୁ ସେଠାରେ ଥିବା ଗାଈ, ବଳଦ, ମେଣ୍ଢା ଏପରି ତିନୋଟୋ ଜାକ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସନ୍ତୋଷ ବେହେରା ଗୁରୁତର ହୋଇପଡ଼ିଥିଲେ | ଅନ୍ୟ ପକ୍ଷରେ ସେହିଗ୍ରାମର ପାର୍ବତୀ ମଲିକ (29) ତାଙ୍କ ଘରେ ଥିବାବେଳେ ବଜ୍ରପାତ ରେ ଗୁରୁତର ହୋଇଯାଇଛନ୍ତି | ପାର୍ବତୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ବାଙ୍କୋଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ତେଵେ ବଜ୍ରପାତ ରେ ଗୁରୁତର ହୋଇପଡିଥିବା ସନ୍ତୋଷ ଗ୍ରାମରେ ପ୍ରଥାମିକ ଚିକିତ୍ସା ପରେ ସୁସ୍ଥ ହେଇଥିବାର କୁହାଯାଇଛି |

Leave A Reply

Your email address will not be published.