ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକ ସହରରେ ବ୍ରାଉନସୁଗର ଜବତ ୨ ଗିରଫ

ଭଦ୍ରକ : ଭଦ୍ରକ ସହରରେ ପୋଲିସ ଏମଭି ଚେକିଂ ଚାଲିଥିବା ବେଳେ ପୋଲିସ ହାତରେ ଧରା ପଡିଛି ୨୦ ଗ୍ରାମ ଓଜନର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଏହି ଘଟଣାରେ ଭଦ୍ରକ ଟାଉନ ପୋଲିସ ଯାଜପୁର ଟାଉନ ଥାନା ଶ୍ରୀରାମପୁର ଗ୍ରାମର ସଞ୍ଜୟ ବେହେରା(୩୪ ବର୍ଷ) ଏବଂ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଠସାହି ଗ୍ରାମର ସତ୍ୟଜିତ ପଣ୍ଡା(୨୩ ବର୍ଷ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ପୋଲିସ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର,୫୦ ଗୋଟି ଖାଲି ପ୍ୟାକେଟ,୨ ଟି ମୋବାଇଲ ଫୋନ ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ଏଥିନେଇ ଭଦ୍ରକ ଟାଉନ ଥାନାରେ କେଶ ନ ୧୮୩/୨୨ ରେ ଏକ ଏନଡିପିଏସ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ମାନେ ବିନା ହେଲମେଟ ରେ ଏକ ବାଇକ ଯୋଗେ ଭଦ୍ରକ ଚରମ୍ପା ଅଞ୍ଚଳରୁ ସହର ଅଭିମୁଖେ ଆସୁ ଥିବାବେଳେ ୧୬ ନ ଜାତୀୟ ରାଜପଥ ଡାହାଣୀଗଢିଆ ନିକଟରେ ଏମଭିଚେକିଂ ରେ ଧରା ପଡ଼ିଥିଲେ ।

Leave A Reply

Your email address will not be published.