ଆଇପିଏଲରେ ସାମିଲ ହେଲେ ଆଉ ଦୁଇ ନୂଆ ଟିମ୍

ନୂଆଦିଲ୍ଲୀ: ୨୦୨୨ ଆଇପିଏଲ୍‌ରେ ସାମିଲ ହେବେ ଆଉ ଦୁଇ ନୂଆ ଟିମ୍‌ । ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।  ଏହି ଦୁଇଟି ଟିମ୍‌ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ । ନୂଆ ଆଇପିଏଲ୍ ଟିମ୍ ପାଇଁ ବିଡିଂରେ ଅଦାନୀ ଗ୍ରୁପ୍ ଏବଂ ଇଂଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ମାଲିକ ଗ୍ଲାଜର ବ୍ରଦର୍ସ ବିଡ୍ ଜିତିଥିବା ସୂଚନା ମିଳିଛି ।


୨ ନୂଆ ଆଇପିଏଲ୍ ଟିମ୍ ଲାଗି ୨୨ଟି କମ୍ପାନୀ ବିଡ୍ ପକାଇଥିଲେ । କଟକ ସହର ଲାଗି ଶିଳ୍ପପତି ନବୀନ ଜିନ୍ଦଲଙ୍କ ଜେଏସପିଏଲ ମଧ୍ୟ ବିଡ୍ ପକାଇଥିବା କୁହାଯାଉଥିଲା । ତେବେ ଆଜି ବିଡ୍ ଖୋଲା ଯିବା ପରେ ଅଦାନୀ ଗ୍ରୁପ୍ ଏବଂ ଗ୍ଲାଜର ବ୍ରଦର୍ସ ବାଜି ମାରିଥିବା କୁହାଯାଉଛି । ଏନେଇ ବିସିସିଆଇ ପକ୍ଷରୁ ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଯାହା ସୂଚନା ରହିଛି ଯେ, ଖୁବ୍‌ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ।

Leave a comment