ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଦୁଇ ପଦକ : ଟେବୁଲ ଟେନିସରେ ସ୍ୱର୍ଣ୍ଣ, ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଦୁଇ ପଦକ। ପୁରୁଷ ଟେବୁଲ ଟେନିସ ଟିମ୍ ସିଙ୍ଗାପୁରକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏଥିରେ ୫ ସ୍ୱର୍ଣ୍ଣ, ୪ ଟି ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।
ଭାରତୀୟ ପୁରୁଷ ଦଳ ଟେବୁଲ୍ ଟେନିସରେ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ଏହି ସଫଳତା ପାଇଛି। ଭାରତପକ୍ଷରୁ ହରମୀତ ଦେଶାଇ ଏବଂ ଜି ସାଥିୟାନ ଡବଲ୍ସ ମ୍ୟାଚ୍ ଜିତି ଭାରତକୁ ଦମଦାର ଆରମ୍ଭ ଦେଇଛନ୍ତି। ଦୁଇ ଖେଳାଳି ନିଜ ନିଜ ମୁକାବିଲା ଜିତି ଭାରତକୁ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।
3⃣rd GOLD FOR MEN'S TEAM 🏓🏓 at #CommonwealthGames 🔥🔥🔥#TeamIndia🇮🇳 defeat Team Singapore 🇸🇬 3️⃣-1️⃣ in the FINAL, defending their 2018 CWG 🥇
Bringing home 1️⃣1️⃣th Medal for India at @birminghamcg22
Superb Champions!!#Cheer4India#India4CWG2022
1/1 pic.twitter.com/MgIcBmMl2o— SAI Media (@Media_SAI) August 2, 2022
ଆଜିର ସ୍ୱର୍ଣ୍ଣ ଲଢ଼େଇର ପ୍ରଥମ ଟାଇରେ ହରମିତ ଦେଶାଇ ଓ ସାଥିୟାନ ଗଣଶେଖରନଙ୍କ ଯୋଡ଼ି ୩-୦ରେ ସିଙ୍ଗାପୁରର ୟୋଙ୍ଗ ଇଜାକ କ୍ୟୁ ଓ ୱା ପାଙ୍ଗଙ୍କୁ ହରାଇଥିଲେ। ତେବେ ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟରେ ହାରି ଯାଇଥିଲେ। ଫଳରେ ସ୍ଥିତି ୧-୧ରେ ବରାବର ହୋଇ ଯାଇଥିଲେ।ଏହାପରେ ସାଥିୟାନ ନିଜର ଏକକ ବର୍ଗରେ ଦମଦାର ପ୍ରଦର୍ଶନ କରି ୩-୧ରେ ଟାଇକୁ ଜିତି ପୁଣି ଭାରତକୁ ଆଗୁଆ କରି ଦେଇଥିଲେ। ୪ର୍ଥ ଟାଇରେ ଦେଶାଇଙ୍କ ମୁକାବିଲା ଶରତ କମଲଙ୍କୁ ହରାଇଥିବା ଝେ ଚେୱିଙ୍କ ସହ ହୋଇଥିଲା। କିନ୍ତୁ ଦେଶାଇ ନିଜର ଜଲୱା ଦେଖାଇ ତାଙ୍କୁ ୩-୦ରେ ପରାସ୍ତ କରି ଦେଇଥିଲେ। ଏଥିସହ ଆଉ ଗୋଟିଏ ଟାଇ ପୂର୍ବରୁ ହିଁ ଭାରତୀୟ ଟିମ୍ ସ୍ୱର୍ଣ୍ଣ ପଦକୁ କବଜା କରି ନେଇଥିଲା।
1️⃣2️⃣th 🏅 FOR INDIA 🇮🇳 🥳@thakur671 wins his 3rd Consecutive medal 🥈🥉🥈 at #CommonwealthGames 🔥 🔥
Vikas clinched 🥈 in Men's 96kg Final with a total lift of 346Kg 🏋♂️ at #B2022
Snatch- 155kg
C&J- 191kgWith this #TeamIndia🇮🇳 wins its 8️⃣th Medal in 🏋♀️ 💪#Cheer4India pic.twitter.com/eSuHjBRoPF
— SAI Media (@Media_SAI) August 2, 2022
ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରତ୍ତୋଳନେର ଆଉ ଗୋଟିଏ ସଫଳତା ପାଇଛି । ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ୩୪୬ କେଜି ଭାର ଉଠାଇ ସେ ଦେଶ ପାଇଁ ପଦକ ହାସଲ କରିଛନ୍ତି । ସ୍ନାଚରେ ସେ ୧୫୫ କିଲୋ ଭାର ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୯୧ କେଜି ଭାର ଉଠାଇଥିଲେ ।