ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ

ବାରିପଦା: ଲଗାଣ ବର୍ଷା ହେଲା କାଳ । କାନ୍ଥ ଭଷୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନି ପଞ୍ଚାୟତ ଭୋଳବେଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଭାରି ବର୍ଷା ଯୋଗୁଁ କାନ୍ଥ ପଡି ୨ ନାବାଳିକା ଭଉଣୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ମୃତ ଦୁଇ ନାବାଳିକା ହେଲେ ଅନୀଲ କୁମାର ଗିରିଙ୍କ ଦୁଇ ଝିଅ ନିହାରିକା ଗିରି (୫)ଓ ସୁଇଟି ଗିରି (୧୨) । କାନ୍ଥ ଚାପି ଯିବା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିବାର ସଦ୍ୟସଙ୍କୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ନିହାରିକା ଓ ସୁଇଟି ମୃତ୍ୟୁ ଘଟିସାରିଥିଲା । ବିଶୋଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଗଭୀର ଶୋକବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.