ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଇବା ବେଳେ ଋଷିକୁଲ୍ୟା ନଦୀରେ ଭାସିଗଲେ ୨ ନାବାଳକ

ଗଞ୍ଜାମ: ଗଞ୍ଜାମ ପୁରୁଷୋତ୍ତମପୁର ଷୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଅଘଟଣ। ଗାଧୋଉଥିବା ବେଳେ ନଦୀରେ ଭାସିଗଲେ ଦୁଇ ନାବାଳକ ଭାଇ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିବା ବେଳେ ନିଖୋଜ ୨ ପିଲାଙ୍କୁ ଖୋଜା ଖୋଜି ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇ ନାବାଳକ ଭାଇ ଋଷିକୁଲ୍ୟା ନଦୀରେ ଗାଧୋଇବା ପାଇଁ ଆସିଥିଲେ । ତେବେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଯାଇଥିବା ଜଣାପଡିବା ପରେ ଗ୍ରାମବାସୀ ଅଗ୍ନିଶମ ଟିମ୍‌କୁ ସୂଚନା ଦେଇଥିଲେ। ସାନ ଭାଇ କାହ୍ନୁଚରଣ ମହାନ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଡ ଭାଇ ସୁମିତ ଏବେବି ନିଖୋଜ ଅଛନ୍ତି । ସୁମିତଙ୍କୁ ଖୋଜିବାରେ ଲାଗିଛନ୍ତି ଅଗ୍ନିଶମ ବିଭାଗର ଟିମ୍ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ବିଡିଓ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.