ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛେଳି ଚରାଇବାକୁ ଯାଇଥିବା ବେଳେ ଅଘଟଣ: ବଜ୍ରାଘାତରେ ୨ ମୃତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା(୬୫) ଓ ବିନତି ମୁଣ୍ଡା(୩୫) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ଉଭୟ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଦୁଇଜଣ ଜଙ୍ଗଲରେ ଏକ ପଥର ଖୋଲରେ ରହିଥିଲେ। ହଠାତ ବଜ୍ରାଘାତ ହେବାରୁ ଉଭୟ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଘଟଗାଁ ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.