ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ୟାଙ୍କର ଅଟକାଇ ପେଟ୍ରୋଲ, ଡିଜେଲ ଚୋରି ଘଟଣା : ଦୁଇ ଶହ ଲିଟର ଚୋରା ପେଟ୍ରୋଲ ଓ ଡିଜେଲ ଜବତ, ୪ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା : ଜାତୀୟ ରାଜପଥ- ୫୩ରେ ତେଲ ଟ୍ୟାଙ୍କର ଅଟକାଇ ପେଟ୍ରୋଲ ଡିଜେଲ ଚୋରି ହେଉଥିବା ନେଇ ବାରମ୍ବାର ଖବର ପ୍ରକାଶ ପରେ ମାର୍ଶାଘାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଏହି ଚଢାଉ ବେଳେ ଟ୍ୟାଙ୍କରରୁ ଚୋରି କରିବା ବେଳେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଆଠବାଟିଆର ୨୮ ବର୍ଷିୟ ଜ୍ଞାନରଞ୍ଜନ ଦାସ, ବରେଇର ୨୨ ବର୍ଷିୟ ଅଜୟ କୁମାର ମଲ୍ଲିକ, ୩୦ ବର୍ଷିୟ ମିନକେତନ କବି, ୩୪ ବର୍ଷିୟ କେଦାର ରଞ୍ଜନ ମହାନ୍ତି । ଚଢାଉ ବେଳେ ପୋଲିସ ଏକ ମାରୁତି ସିଆଜ କାର (ଓଡି-୦୨- ସିବି ୪୯୫୪), ଗୋଟେ ପାଇପ, ୫ଟି ୩୫ ଲିଟରିଆ ଏବଂ ଗୋଟେ ୨୫ ଲିଟରର ଜାରରେ ପେଟ୍ରୋଲ ଆଉ ଡ଼ିଜେଲ, ମାରଣାସ୍ତ୍ର, ୩ଟି ମୋବାଇଲ ଫୋନ ଜବତ ହୋଇଛି ।

ଏନେଇ ପୋଲିସ ଅଧିକ ପଚରାଉଚରା କରିବାରୁ ଜାତୀୟ ରାଜପଥରେ ଯିବାଆସିବା କରୁଥୁବା ତେଲ ଟ୍ୟାଙ୍କରରୁ ତେଲ ଚୋରି କରି ବିଭିନ୍ନ ଅଞ୍ଚଳକୁ ପଠାଉଥିବା ପୋଲିସ ଜାଣିବାକୁ ପାଇଛି । ଏହାଛଡା ଏହି ଅଭିଯୁକ୍ତମାନେ ତେଲକୁ ଛାଡ଼ି ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ସପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ତେବେ ଦୈନିକ ହଜାର ହଜାର ଲିଟର ଜାତୀୟ ରାଜପଥରେ ଯାଉଥିବା ଟ୍ୟାଙ୍କରରୁ ତେଲ ଚୋରି ହେଉଛି । ଏହି ଚୋରା ତେଲ ବିଭିନ୍ନ ଅଞ୍ଚଳକୁ ଆସୁଛି । ତାଛଡା ସେହି ସ୍ଥାନରେ ମଧ୍ୟ ଚୋରା ତେଲକୁ କମ ଦାମରେ ଖୁଲମଖୁଲା ବିକ୍ରି କରାଯାଉଛି । ତେବେ ଚୋରା ତେଲକୁ ଖୁଲମଖୁଲା ପୁଣି ଟାଙ୍କିଠାରୁ ୧୦ ଟଙ୍କା ଭଳିଆ କମ ଦାମରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି ।

ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥ ବୌଦ ଛକଠାରୁ ହଜାରୀ ଛକ ପର୍ଯ୍ୟନ୍ତ ଦିନ ଦ୍ୱିପ୍ରହରରେ ଟ୍ୟାଙ୍କରରୁ ଚୋରି ହେଉଥିବା ଦେଖୁବାକୁ ମିଳିଛି । ପାରାଦ୍ୱୀପରେ ଥିବା ତିନୋଟି ତୈଳ ଡିପୋ ଇଣ୍ଡିଆନ ଅଏଲ, ବିପିସିଏଲ ଓ ଏଚପିସିଏଲ ରୁ ପ୍ରତ୍ୟେକ ଦିନ ଶହ ଶହ ତୈଳ ବୋଝେଇ ଟ୍ୟାଙ୍କର ଜାତୀୟ ରାଜପଥ ଯୋଗେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ତୈଳ ଯୋଗାଣ ହୋଇଥାଏ । ପରିତାପର ବିଷୟ ଏହିସବୁ ତୈଳ ଟ୍ୟାଙ୍କରର ଡ୍ରାଇଭର ମାନେ ନିଜର ଖର୍ଚ୍ଚ ଯଥା ପକେଟ ଗରମ ପାଇଁ ପ୍ରତ୍ୟେକ ଦିନ କିଛି ଅସାଧୁ ତେଲ ମାଫିଆମାନଙ୍କ ସହିତ ହାତ ମିଳାଇ ବେଧଡକ ଭାବରେ ତେଲ ଚୋରି କରାଉଛନ୍ତି । ତୁରନ୍ତ ଉକ୍ତ ସ୍ଥାନ ଗୁଡିକରେ ଅଧିକରୁ ଅଧିକ ଚଢ଼ାଉ କରି ଚୋରା ତେଲ ଚାଲାଣ ରାକେଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.