ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଲକାନଗିରି ଗସ୍ତରେ ଡିଜିପି ଅଭୟ । ମାଲକାନଗିରି ଜିଲ୍ଲା ଟେମୁରପାଲି ମାଓପ୍ରବଣ ଅଞ୍ଚଳ, ମାଲକାନଗିରି ବିଏସଏଫ କ୍ୟାମ୍ପ, ଜିଲ୍ଲା ପୁଲିସ କାର୍ଯ୍ୟଳୟ ପରିଦର୍ଶନ କରି ମାଓ ସମସ୍ୟା ସମ୍ପର୍କରେ ଉଚ୍ଚ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କଲେ ଡିଜିପି। ଏହି ଅବସରରେ ପୋଲିସ ଡିଜି ଅଭୟଙ୍କ ନିକଟକରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର ।

ଆତ୍ମସମର୍ପଣ କରିଥିବା ମାଓବାଦୀ ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା । ବହୁ ଦିନରୁ ଏମାନେ ମାଓ ସଂଗଠନରେ ଜଡିତ ଥିଲେ । ସଂଗଠନର ବିଚାରଧାରାରେ ବିତସ୍ପୃହ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ଆତ୍ମସମର୍ପଣ କରିଛନ୍ତି ସରିତା ଓ ରାଇଧର ।

Leave A Reply

Your email address will not be published.