ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଞ୍ଚି ଡିଭିଜନରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା

ରାଉରକେଲା: ମୁହାଁମୁହିଁ ଧକ୍କା ହୋଇଛି ଦୁଇଟି ମାଲବାହୀ ଟ୍ରେନ । ରାଞ୍ଚି ଡିଭିଜନ ପୋକରା ଓ କୁରୁକୁରା ରେଲୱେ ଷ୍ଟେସନ ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଦୁଇଟି ମାଲବାହୀ ଟ୍ରେନ । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ପରସ୍ପରକୁ ଧକ୍କା ଦେବା ଫଳରେ ଲାଇନଚ୍ୟୁତ ହୋଇଥିଲେ । ରାଉରକେଲାରୁ ହଟିଆ ଯାଉଥିବା କୋଇଲା ବୋଝେଇ ମାଲବାହୀ ଟ୍ରେନ ଓ ହାଟିଆରୁ ରାଉରକେଲା ବନ୍ଧମୁଣ୍ଡା ଆସୁଥିବା ଖାଲି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ହୋଇଛି । ବ୍ରେକ ଫେଲ୍ ହେବାରୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁର୍ଘଟଣା ପରେ ଏହି ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି।

Leave A Reply

Your email address will not be published.