ପାଣି ଭର୍ତ୍ତି ଗାତରେ ପଡି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଚିତ୍ରକୋଣ୍ଡା ସ୍ଥିତ ଢେପସାହିରେ ପାଣି ଗାତରେ ଖସିପଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ ହୋଇଯାଇଛି । ସୂଚନା ଅନୁଯାୟୀ ଆଜି ଦିନ ୧୨ଟା ସମୟରେ ଚିତ୍ରକୋଣ୍ଡା ସ୍ଥାନୀୟ ଢେପ ସାହିରେ ଦୁଇ ଜଣ ଶିଶୁକନ୍ୟା ଘର ନିକଟରେ ଖେଳୁଥିବା ସମୟରେ ନିକଟରେ ପାଣି ଭର୍ତ୍ତି ହୋଇ ରହିଥିବା ଏକ ଗାତରେ ପଡି ଯାଇଥିଲେ । ସେହି ସାହିର କିଛି ଲୋକ ଦୁଇ ଜଣ ପିଲା ବୁଡ଼ି ଯାଉଥିବା ଦେଖି ସେମାନଙ୍କୁ ଉଦ୍ଧାର କରି ଚିତ୍ରକୋଣ୍ଡା ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଦୁଇ ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ। ମୃତ ଦୁଇ ଶିଶୁକନ୍ୟା ହେଲେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିର ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ ଜାନମ(୩ବର୍ଷ) ।

ଢେପ ସାହି ବାସିନ୍ଦା ନିକଟରେ ଥିବା ପାହାଡ଼ର ଝରଣାରୁ ପାଇପ ଯୋଗେ ପାଣି ଆଣି ବ୍ୟବହାର କରିଥାନ୍ତି, ସବୁବେଳେ ସେଇ ପାଇପ ଦେଇ ଅନବରତ ପାଣି ଚାଲି ବାହାରେ ଭାସି ଥାଏ ଫଳରେ ପାଣି ଗଛିତ ରହି ଏକ ଗାତ ହୋଇଥିବା ଅନୁମାନ କରାଯାଉଛି। ଯାହାଦ୍ବାରା ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ଶବ ବ୍ୟବଚ୍ଛେଦ ପରେ ଦୁଇଟି ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Leave a comment