ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଣେ ଯୁବକଙ୍କୁ ବିବାହ ଲାଗି ୨ ଯୁବତୀଙ୍କ ଟଣାଓଟରା

ଭୁବନେଶ୍ୱର: ଗୋଟିଏ ପୁଅକୁ ବିବାହ ଲାଗି ୨ ଯୁବତୀ ହେଉଛନ୍ତି ଟଣାଓଟରା । ଏଭଳି ଘଟଣା ଗୁରୁବାର ରାତିରେ ଈଶାନେଶ୍ୱର ବସ୍ତିରେ ଦେଖିବାକୁ ମିଳିଛି। ୧୫ଦିନ ତଳେ ଜଣେ ଯୁବତୀଙ୍କ ସହ ଆଉଜଣେ ଯୁବକ ଚାଲି ଯାଇଥିଲେ। ଆଜି ଯୁବକକୁ କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ସେଠାରେ ଆଉ ଜଣେ ଯୁବତୀ ପହଞ୍ଚି ଉକ୍ତ ଯୁବକଙ୍କୁ ବିବାହ କରିବେ ବୋଲି ଜିଦ୍‍ ଧରିଥିଲେ। ୨ଜଣ ଯୁବତୀଙ୍କ ମଧ୍ୟରେ ଜଣେ କିଛି କିନ୍ନରଙ୍କୁ ଆଣି ମାର୍‍ପିଟ କରିବା ସହ ଯୁବକକୁ ଜୋରଜବରଦସ୍ତି ଉଠାଇ ନେବାକୁ ଉଦ୍ୟମ କରିଥିଲା। ସ୍ଥାନୀୟ ଲୋକେ ପୁଲିସ କଣ୍ଟ୍ରୋଲରୁମ୍‍କୁ ଜଣାଇଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି।

Leave A Reply

Your email address will not be published.