ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରପାତରେ ଦୁଇ ଚାଷୀଙ୍କ ମୃତ୍ୟୁ

ପାଟଣା/କେନ୍ଦୁଝର : ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ ତଳି ପକାଇ ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ମୃତକଦ୍ୱୟ ହେଲେ ଉକ୍ତ ଗ୍ରାମର ଈଶ୍ୱର ଚନ୍ଦ୍ର ବାରିକ ଓ ଚନ୍ଦ୍ରଶେଖର ମହାନ୍ତ। ଏହା ଜାଣି ପରିବାର ଲୋକେ ତୁରୁମୁଙ୍ଗା ପୋଲିସକୁ ଜଣାଇଥିଲେ। ପୋଲିସ ଉଭୟଙ୍କ ମୃତଦେହ ଜବତ କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୭/୨୧) ରୁଜୁ ହୋଇଛି।

Leave A Reply

Your email address will not be published.