ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମି ବିବାଦକୁ ନେଇ ଦୁଇ ପରିବାର ହାତାହାତି

ଖଣ୍ଡଗିରି : ଭରତପୁର ଥାନା ଅନ୍ତର୍ଗତ ଶ୍ୟାମପୁର ଅଞ୍ଚଳରେ ଜମି ବିବାଦକୁ ନେଇ ଦୁଇ ପରିବାର ହାତାହାତି ହୋଇଛନ୍ତି। ମାରପିଟ୍‍ରେ ଉଭୟ ପକ୍ଷର ଦୁଇ ମହିଳା ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶ୍ୟାମପୁର ମୌଜାର ପ୍ଲଟ ନଂ ୧୦୨୭/୩୪୯୧ରେ ଥିବା ରାସ୍ତାକୁ ନେଇ ରାଜେଶ ରାଉତରାୟ ଓ ନୀଳକଣ୍ଠ ବିଶ୍ୱାଳଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ଅପରାହ୍ନରେ ରାଜେଶଙ୍କ ବୋହୂ ଦେବଯାନୀ ଏକ ଅଟୋ ଯୋଗେ ଉକ୍ତ ବିବାଦୀୟ ପ୍ଲଟ ଦେଇ ଯାଉଥିବା ବେଳେ ନୀଳକଣ୍ଠଙ୍କ ପରିବାର ବିରୋଧ କରିଥିଲେ।

ଦେବଯାନୀ ରାସ୍ତାକୁ ହଟିବାକୁ କହିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ରାଜେଶଙ୍କ ବୋହୂ ଦେବଯାନୀ ଓ ନୀଳକଣ୍ଠଙ୍କ ପତ୍ନୀ ପୁଷ୍ପଲତାଙ୍କ ମଧ୍ୟରେ ମାରପିଟ୍‍ ହୋଇଥିଲା। ଫଳରେ ଦେବଯାନୀଙ୍କ ନାକରେ ଆଘାତ ଲାଗିଥିବା ବେଳେ ପୁଷ୍ପଲତାଙ୍କ ଛାତି ଓ ହାତରେ ଆଘାତ ଲାଗିଥିଲା। ଏନେଇ ଉଭୟପକ୍ଷ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍‍ ଯାଞ୍ଚ କରି ତଦନ୍ତ କରୁଛି।

Leave A Reply

Your email address will not be published.