ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରକୁ ପଶିଲେ ୨ ଚନ୍ଦକା ଜଙ୍ଗଲୀ ହାତୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ବିଳମ୍ବିତ ରାତିରେ ପଛପଟ ଗେଟର ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରକୁ ୨ ଚନ୍ଦକା ଜଙ୍ଗଲୀ ହାତୀ ପ୍ରବେଶ କରିଛନ୍ତି। ହାତୀ ଘଉଡାଇବାକୁ ଯାଇ ନନ୍ଦନକାନନ ବନବିଭାଗ କର୍ମଚାରୀ ନାକେଦମ ହୋଇଛନ୍ତି। ଜଙ୍ଗଲୀ ହିଂସ୍ର ହାତୀ ମାଖେନା ଅନେକ ଥର ନନ୍ଦନକାନନ ଓ ବୋଟାନିକାଲ ଗର୍ଡେନର ପାଚେରୀ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି। ହେଲେ ଏଥର ୨ଟି ହାତୀ ପାଚେରୀ ଭାଙ୍ଗି ପଶିଥିବା ବେଳେ ଜନ୍ତୁ ଖୁଆଡ଼କୁ କିପରି ପ୍ରବେଶ ନକରିବେ ସେଥିପ୍ରତି ବନବିଭାଗ ନଜର ରଖିବା ସହ ୪ ରୁ ୫ଘଣ୍ଟା ପରେ ହାତୀ ଘଉଡାଇବାରେ ସଫଳ ହୋଇଥିଲା । ଆଜି ସକାଳୁ ପୁଣି ପଛ ପାଚେରୀ ଦେଇ ହାତୀ ପଶିଥିବା ବେଳେ ନନ୍ଦନକାନନର ପୋଶା ହାତୀ ସହଯୋଗରେ ବାହାର କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।n

Leave a comment