ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନାଲ ପାଖରେ ଖେଳୁଥିବା ବେଳେ ବୁଡ଼ିଗଲେ ୨ଶିଶୁ

ପାରାଦୀପ: ପାରାଦୀପ ଅନ୍ତର୍ଗତ ଅଠରବାଙ୍ଗି ଲକପଡ଼ା ବସ୍ତିରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛଇ। ମୃତକମାନ ହେଲେ ଲକପଡ଼ାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷର ଝିଅ ।

ସୂଚନା ଅନୁଯାୟୀ, ଉକ୍ତ ଦୁଇ ଶିଶୁ ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବା ବେଳେ ଖସି ପଡ଼ିଥିଲେ । ତେବେ ଏନେଇ କେହି କିଛି ଜାଣି ପାରି ନ ଥିଲେ । କିଛି ସମୟ ପରେ ସେଠାରେ ଗାଧୋଉଥିବା ଲୋକ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.