ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ମାଣାଧୀନ ପୋଲ ଉପରୁ ୨ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟ ଜାତୀୟ ରାଜପଥରୁ ୨ ଜଣଙ୍କ ମୃତଦେହ ମିଳିଛି । ମିର୍ଜାପୁର ନିକଟର ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ନିର୍ମାଣାଧୀନ ପୋଲ ଉପରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ବାଇକ୍ ତଳକୁ ଖସି ପଡ଼ିଛି । ମୃତକଙ୍କ ଚପଲ ଏବଂ ଟୋପି ମଧ୍ୟ ପାଖରେ ପଡ଼ିଛି । ମୃତତେହ ତଳମୁହାଁ ହୋଇ ପଡ଼ିଥିବା ବେଳେ ଦେହରେ ରକ୍ତ ଲାଗିଛି । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ନାହିଁ । ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.