ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଆରଇସି-୧୬ ଗ୍ରାମର ସାଧୁରାମ ଖରା ଏବଂ କରୁକୋଣ୍ଡାର ଦମୁ ଖେମୁଣ୍ଡୁ। ଗୁରୁତର ଆହତ ହୋଇଥିବା ୨ଜଣ ହେଲେ ପର୍ଶୁରାମ ଖରା ଓ ତାରଲକୋଟା ଗ୍ରାମର କୁଶ ଖିଲ।

ସୂଚନା ଅନୁଯାୟୀ, ସାଧୁରାମ ଓ ପର୍ଶୁରାମ ମାଲକାନଗିରିରୁ ଏକ ସାଇକେଲ କିଣିବା ପରେ ଏହାକୁ ଏକ ବାଇକ୍‌ରେ ଧରି ଘରକୁ ଫେରୁଥିଲେ। ଏହି ସମୟରେ ବୀପରିତ ପଟୁ ବାଇକ୍‌ରେ ଆସୁଥିବା ତାରଲାକତା ଅଞ୍ଚଳର ଦୁଇଜଣଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ୨ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.