ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜର ଶରୀର ଦାନ କଲେ ବାଲେଶ୍ଵର ଦୁଇ ବିଧାୟକ ସ୍ୱରୂପ ଓ ସୁଧାଂଶୁ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ନିଜର ଶରୀର ଦାନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଓଡିଶା ମୋ ପରିବାର କାର୍ଯ୍ୟାଳୟରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଲେଶ୍ଵର ଜିଲ୍ଲାର ଏହି ଦୁଇ ବିଧାୟକ ନିଜର ଶରୀର ଦାନ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସମସ୍ତ କାଗଜପତ୍ର ସ୍ବାକ୍ଷର କରିଛନ୍ତି।

ନିଜର ଶରୀର ଦାନ ପାଇଁ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସମସ୍ତ କାଗଜପତ୍ର ସ୍ବାକ୍ଷର କରିବା ପରେ ବାଲେଶ୍ଵର ଜିଲ୍ଲା ସଦର ବିଧାୟକ ସ୍ୱରୂପ କୁମାର ଦାସ କହିଛନ୍ତି ” ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ସେବା କରିବା ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶା ମୋ ପରିବାର କାର୍ଯ୍ୟାଳୟରେ ନିଜ ଇଚ୍ଛାରେ ରେଜିଷ୍ଟ୍ରେସନ କଲି ଓ ମୋର ବିଶ୍ୱାସ ଅଛି ଯଦି ମୋର ଭାଗ୍ୟ ଥାଏ କାହାରି ନା କାହାରି ପାଇଁ ମୋ ଅଙ୍ଗ କାମରେ ଆସିବ ଏବଂ ପୃଥିବୀକୁ ମୋ ପରେ ମଧ୍ୟ ଦେଖି ପାରିବ।ସେହି ପରି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ନିଜ ପ୍ରତିକ୍ରିୟାରେ ମୃତ୍ୟୁ ପରେ ଶରୀର ଅଙ୍ଗ ଅନ୍ୟ କାହାରି କାମରେ ଲାଗି କାହାର ଜୀବନ ବଞ୍ଚି ପାରିବ ତେବେ ଏହା ଅନେକ ପୁଣ୍ୟ କାର୍ଯ୍ୟ । ତେବେ  ଜନସାଧାରଣଙ୍କୁ ଆଗମୀ ଦିନରେ ନିଜର ଅଙ୍ଗ ଦାନ କରିବା ପାଇଁ ଶ୍ରୀଯୁକ୍ତ ପରିଡା ବାର୍ତା ଦେଇଥିଲେ।

Leave A Reply

Your email address will not be published.