ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀର ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଲହରି ଖେଳିଯାଇଛି ।

ସୂଚନା ଅନୁଯାୟୀ, ବ୍ରଜାନନ୍ଦପୁର ଗ୍ରାମର ସଦାନନ୍ଦ ଘଡେଇଙ୍କ ୧୨ ବର୍ଷର ଶିଶୁ କନ୍ୟା ଲକ୍ଷ୍ମୀପ୍ରିୟା ମାମୁଁ ଝିଅ ଟିକି ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବା ବେଳେ କୌଣସି କାରଣବଶତଃ ସେମାନଙ୍କର ଗୋଡ ଖସି ଯାଇଥିଲା । ଫଳରେ ଅଚାନକ ପାଣିରେ ବୁଡି ଯାଇଥିଲେ ।

ତେବେ ସେହି ବାଟ ଦେଇ ଯାଉଥିବା ବେଳେ ଜଣେ ଯୁବକ ଦେଖି ଡାକ ପକାଇ ଥିଲେ। ହେଲେ ବହୁ ଖୋଜା ଖୋଜି କରିବା ପରେ ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ଦୁଇ ଶିଶୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

Leave A Reply

Your email address will not be published.