ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଟ୍ୱିଟର

ବେଙ୍ଗାଲୁରୁ: କେନ୍ଦ୍ର ସରକାରଙ୍କ ଓ  ଟ୍ବିଟର ମଧ୍ଯରେ ବିବାଦ ବଢିବାରେ ଲାଗିଛି। ଶେଷରେ କେନ୍ଦ୍ର ସରକାରଙ୍କ  ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଟ୍ୱିଟର ।

ଟ୍ୱିଟର ଅଭିଯୋଗ କରିଛି, କିଛି ସରକାରୀ ଅଧିକାରୀ ଆଇନର ଅପବ୍ୟବହାର କରୁଛନ୍ତି । ତେଣୁ କିଛି ନିୟମର ନ୍ୟାୟିକ ସମିକ୍ଷା ଆବଶ୍ୟକ । କମ୍ପାନୀ ଏଥିପାଇଁ କୋର୍ଟରେ ଆବେଦନ କରିଛି । ଅନ୍ୟପକ୍ଷରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରାଯିବ ଆବଶ୍ୟକ ।

ଆଇଟି ମନ୍ତ୍ରଣାଳୟ କିଛି ଦିନ ପୂର୍ବେ ଟ୍ୱିଟରକୁ ଚେତାବନୀ ଦେଇଥିଲା । ଚେତାବନୀରେ ମନ୍ତ୍ରଣାଳୟ କହିଥିଲା ଯଦି ସେ ନିର୍ଦ୍ଦେଶର ପାଳନ ନକରେ ତେବେ ତା ବିରୋଧରେ ଅପରାଧିକ ମମଲା ରୁଜୁ କରାଯିବ । ଟ୍ୱିଟର କୋର୍ଟ ଯିବା ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୌଣସି ବି ସେକ୍ଟରର କେହି ବି କମ୍ପାନୀ ହୁଅନ୍ତୁ ନା କାହିଁକି ସେମାନଙ୍କୁ ଭାରତୀୟ ନିୟମ ଆଇନର ପାଳନ କରିବାକୁ ପଡିବ । ନିୟମ ପାଳନ ସମସ୍ତଙ୍କ ଉତ୍ତରଦାୟିତ୍ୱ ଅଟେ । ସାମାଜିକ ଗଣମାଧ୍ୟମକୁ କିପରି ଦାୟିତ୍ୱସମ୍ପନ୍ନ କରାଯିବ ତା ଉପରେ କାମ ଚାଲିଛି । ତିନୋଟି ସ୍ତରରେ ଏହା ଉପରେ କାର୍ଯ୍ଯ ହେବା ଆବଶ୍ୟକ । ସେଲ୍ଫ ରେଗୁଲେସନ, ଇଣ୍ଡଷ୍ଟ୍ରୀ ରେଗୁଲେସନ ଏବଂ ଗଭର୍ଣ୍ଣମେଣ୍ଟ ରେଗୁଲେସନ ସ୍ତରରେ କାର୍ଯ୍ଯ ହେବ ।

କେନ୍ଦ୍ର ସରକାରଙ୍କ ଅନୁସାରେ ସାମାଜିକ ଗଣମାଧ୍ୟମ ଜରିଆରେ କିଛି ଅସାଧୁ ବ୍ୟକ୍ତି ନିଜର ଏଜେଣ୍ଡା ସେଟ କରୁଛନ୍ତି ଏବ ଗୁଜବ ପ୍ରଚାର କରୁଛନ୍ତି । ସରକାର ଏଥିପାଇଁ ଟ୍ୱିଟରକୁ କହିଥିଲେ ଏଭଳି ଲୋକଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବା ପାଇଁ । ଟ୍ୱିଟରରୁ ଖାଲିସ୍ତାନ ସମର୍ଥକଙ୍କ ଆକାଉଣ୍ଟ ବିରୋଧରେ କାର୍ୟ୍ୟାନୁଷ୍ଠାନ ଆଦେଶ ଦେଇଥିଲେ । ସେହିପରି ସରକାରଙ୍କ କୋଭିଡ ପରିଚାଳନାକୁ ସମାଲୋଚନା କରୁଥିବା ଟ୍ୱିଟସ ଉପରେ ମଧ୍ୟ କାର୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଥିଲା ।

ଟ୍ୱିଟର ସମେତ ଅନେକ ସାମାଜିକ ଗଣମାଧ୍ୟମ କମ୍ପାନୀ ସରକାରଙ୍କ କଣ୍ଟେଣ୍ଟ ହଟାଇବାର ନିର୍ଦେଶ ଉପରେ କାର୍ୟାନୁଷ୍ଠାନ କରିନାହାନ୍ତି । ଏଥିପାଇଁ ଆଇଟି ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ନିୟମ ପାଳନ ନକଲେ ଅପରାଧିକ ମାମଲା ରୁଜୁ କରାଯିବ । ଅଭିବ୍ୟକ୍ତିର ସ୍ୱାଧିନତାର ଉଲ୍ଲେଖ କରି ଟ୍ୱିଟର କହିଛି ଯଦି ଆମେ କୌଣସି ୟୁଜରଙ୍କୁ ବିନା ନୋଟିସରେ କଣ୍ଟେଣ୍ଟ ହଟାଉଛେ ତେବେ ଏହା ୟୁଜରଙ୍କ ଅଧିକାରର ଉଲ୍ଲଙ୍ଘନ ହେବ ।

Leave A Reply

Your email address will not be published.