ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ପାଇଁ ବିନୟ ପ୍ରକାଶଙ୍କୁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ୱିଟର

ମୁଣ୍ଡ ନୁଆଁଇଲା ଟ୍ୱିଟର । ତାଗିଦ ପରେ ବାଟକୁ ଆସିଲା ମାଇକ୍ରୋ ବ୍ଳଗ୍ଗିଙ୍ଗ ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟର । ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ଟ୍ୱିଟର ବିନୟ ପ୍ରକାଶଙ୍କୁ ଭାରତରେ ନିଜ କମ୍ପାନୀର ରେସିଡେଣ୍ଟ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କରିଛି। ଏହି ସୂଚନା କମ୍ପାନୀର ୱେବସାଇଟରେ ଦିଆଯାଇଛି |

ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ କମ୍ପାନୀ କହିଥିଲା ଯେ ନୂଆ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ (ଆବାସିକ ଅଭିଯୋଗ ଅଧିକାରୀ) ନିଯୁକ୍ତି ପ୍ରକ୍ରିୟା ଚାଲିଛି ଏବଂ ଜୁଲାଇ ୧୧ କିମ୍ବା ଏହା ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ ।

ସୂଚନାଯୋଗ୍ୟ, ଭାରତରେ ନୂତନ ଆଇଟି ନିୟମାବଳୀ ପାଳନ ନ କରିବାରୁ ଟ୍ୱିଟର କ୍ରମାଗତ ଭାବେ ବିବାଦ ଘେରକୁ ଆସୁଥିଲା। ଜୁଲାଇ ୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଭାରତରେ ଅଭିଯୋଗ ଅଧିକାରୀ ନିଯୁକ୍ତ ଲାଗି ଟ୍ୱିଟରକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.