ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅମାନିଆଙ୍କୁ ଛଡ଼ାଯିବନି-ସିପି

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ୯ ଟାରୁ ସକାଳ ୫ ଟା ଯାଏଁ ୧୪୪ ଧାରା ବାଳବତ୍ତର ରହିବ । ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ ।  ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଛନ୍ତି ସୂଚନା।

ନାଇଟ କର୍ଫ୍ୟୁ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ,  ଅମାନିଆଙ୍କୁ ଛଡ଼ା ଯିବନି, ଦୃଢ କାର୍ଯ୍ଯାନୁଷ୍ଠାନ  ନିଆଯିବ। କଟକ ଏବଂ ଭୁବନେଶ୍ୱରରେ ବ୍ୟାପକ ପୁଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୦ ପ୍ଲାଟୁନ ଫୋର୍ସ, ୬୦ ଅଫିସର, ୩୫ଟି ପିସିଆର ଭ୍ଯାନ ମୁତୟନ ହେବେ। ଭୁବନେଶ୍ୱରରେ ୨୫ଟି ଜାଗାରେ କଟକଣା ପଏଣ୍ଟ କରାଯିବ ବୋଲି କହିଛନ୍ତି। 

ସେହିପରି ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସ୍ ଦରକାର ନାହିଁ। ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ। କାମ ନଥାଇ ଅଯଥା ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଅମାନିଆ ହେଲେ ଆଇନ ଅନୁସାରେ କଡ଼ା କାର୍ଯ୍ଯାନୁଷ୍ଠାନ ହେବ। ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ  ନ ବାହିରିବା ପାଇଁ ସିପି କହିଛନ୍ତି।

Leave A Reply

Your email address will not be published.