ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେପିରୁ ୧୨ ନେତା ବହିଷ୍କୃତ

ଭୁବନେଶ୍ୱର : ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଦଳବିରୋଧୀ କାର୍ଯ୍ୟ ଅଭିଯୋଗ ଆଧାରରେ ବିଜେପି ରାଜ୍ୟବ୍ୟାପୀ ୧୨ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ସୁନାବେଡ଼ା ପୌର ପରିଷଦ ମଣ୍ଡଳର ରାଜେନ୍ଦ୍ର କୁମାର ପାତ୍ର, ରାୟଗଡ଼଼ା ଜିଲ୍ଲା ମହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ସୁଜାତା ପଟ୍ଟନାୟକ, ରାୟଗଡ଼଼ା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବି.ଗଙ୍ଗାଧର, ନବରଙ୍ଗପୁର ପୌର ପରିଷଦ ମଣ୍ଡଳର ମଳୟ ଜେନା ଏବଂ ମହିଳା ମୋର୍ଚ୍ଚା ମଣ୍ଡଳ ସାଧାରଣ ସମ୍ପାଦିକା ବବିତା ସାହୁ, ସୁନ୍ଦରଗଡ଼଼ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡ. ହିମାଂଶୁ ଷଡ଼ଙ୍ଗୀ, ସୁନ୍ଦରଗଡ଼଼ ଜିଲ୍ଲା ଓବିସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ବୈକୁଣ୍ଠ ବାନଛର, ସୁନ୍ଦରଗଡ଼଼ ନଗର ମଣ୍ଡଳ ସଭାପତି (ଅନୁସୂଚିତ ଜାତି ମୋର୍ଚ୍ଚା) ମହେଶ ତନ୍ତି, ବଲାଙ୍ଗୀର ଜିଲ୍ଲା ତୁଷୁରାର ପୂର୍ବତନ ମଣ୍ଡଳ ସଭାପତି ଅମରେଶ କେଡ଼ିଆ, ଝାରସୁଗୁଡ଼ା ଜିଲ୍ଲା ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ (ଅନୁସୂଚିତ ଜାତି ମୋର୍ଚ୍ଚା) ନିମାଇଁ ଚରଣ ତାଣ୍ଡିଙ୍କୁ ଦଳ୍ରୁ ବହିଷ୍କାର କରାଯାଇଛି।

Leave A Reply

Your email address will not be published.