ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଳମ୍ବିତ ରାତିରେ କେନ୍ଦୁଝର ସହରରେ ବୁଲିଲା ଦନ୍ତା, ବିଭିନ୍ନ ସ୍ଥାନରେ ଭଙ୍ଗା ରୁଜା

କେନ୍ଦୁଝର : କେନ୍ଦୁଝର ସହରରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗୋଠ ଛଡା ଦନ୍ତା କେନ୍ଦୁଝର ବନାଞ୍ଚଳର ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଚାଲି ଆସି ମଙ୍ଗଳବାର ରାତ୍ରି ତମାମ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ବୁଲିଥିଲା। କିଛି ସ୍ଥାନରେ ପାଚେରୀ ଭାଙ୍ଗିବା ସହିତ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଟାଉନ ଭିତରେ ଗୋଠଛଡ଼ା ଗଜରାଜର ପ୍ରବେଶ ଦେଖି ଲୋକେ ଛ।ନିଆ ହୋଇଯାଇଥିଲେ।

ଗତକାଲି ବିଳମ୍ବିତ ରାତିରେ ସିଦ୍ଧମଠ ଜଙ୍ଗଲରୁ ଗୋଟିଏ ମାଈ ଏବଂ ଗୋଟିଏ ବିରାଟକାୟ ଦନ୍ତା ହାତୀ ଜଙ୍ଗଲରୁ ଚାଲି ଆସିଥିଲେ। ମାଈ ହାତୀଟି ରାଙ୍କି ଆଡ଼କୁ ଚାଲି ଯାଇଥିଲେ।ଦନ୍ତା ହାତୀଟି ପୁରୁଣା ବଜାର ଠାରୁ ବାହାରି ସହରରେ ବୁଲୁଥିବା ଲୋକେ କହୁଛନ୍ତି । ହାତୀ ବାହାରିବା ଖବର ପାଇ ବିଦ୍ୟୁତ ବିଭାଗ ସମ୍ପୁର୍ଣ୍ଣ ସହରରୁ ବିଦ୍ୟୁତ କାଟି ବ୍ଳାକ ଆଉଟ କରି ଦେଇଥିଲେ । ଏହି ସମୟରେ ଗଜରାଜ ପୁରୁଣା ବଜାର ଠାରୁ ଆଟୋପୋର , ମେଡ଼ିକାଲ , ଭାଲୁକି ପାତଳା , ମଣ୍ଡୁଆ ପ୍ରଭୃତି ଅଞ୍ଚଳ ବୁଲିଥିଲା। ସେଠାରୁ ପୁଣି ମାଇନିଂ , ଗାୟତ୍ରୀ କଲୋନୀ, କାଶିପୁର , ମଣ୍ଡୁଆ ହୋଇ ପୁଣି ଦନ୍ତା ହାତୀଟି ମାଈ ହାତୀ ସହ ଫେରିଯାଇଛି ସିଦ୍ଧମଠ ଜଙ୍ଗଲକୁ ।

ରାତି ତମାମ ବନ ବିଭାଗ ହାତୀ ଓ ଜନ ସାଧାରଣଙ୍କୁ ସୁରକ୍ଷା ଦେବାକୁ ଯାଇ ନାକେଦମ ହୋଇଥିଲେ । ବହୁ ଚେଷ୍ଟା ଫଳରେ ଶେଷ ରେ ହାତୀ ଦୁଇଟିକୁ ଜଙ୍ଗଲ ଭିତରକୁ ଘୋଉଡାଇବାରେ ସଫଳ ହୋଇଛି ବନ ବିଭାଗ । ହେଲେ ହଠାତ ରାତିରେ ଦନ୍ତା ହାତୀ ସହରରେ ବୁଲିବା ନେଇ ଭୟଭିତ ହୋଇପଡ଼ିଛନ୍ତି ସହରବାସୀ । ଏବାବଦରେ କେନ୍ଦୁଝର ଡି ଏଫ ଓ ଏ ଙ୍କୁ ପଚାରିବାରୁ ହାତୀ ସହରରେ କ୍ଷୟ କ୍ଷତି କରିଥିବା ଅଭିଯୋଗ ଆସିନି, କିନ୍ତୁ ହାତୀ ଦୁଇଟି ବୁଧବାର ସକାଳ ୬ଟା ସମୟରେ ସୁରକ୍ଷିତ ଭାବେ ପୁଣି ଜଙ୍ଗଲକୁ ଫେରିଥିବା ଦିଏଫଓ କହିଛନ୍ତି।

Leave A Reply

Your email address will not be published.