ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୨୮-୦୩-୨୦୨୩)

ମେଷ: ଆଧ୍ୟାମିକକ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ। ବରିଷ୍ଠ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ଲାଭ ପାଇବା ପାଇଁ ଅତିରିକ୍ତ ପ୍ରୟାସ କରିବାକୁ ପଡ଼ିପାରେ।

ବୃଷ: ଚିନ୍ତନ ଶକ୍ତି ବିକଶିତ ହେବ। ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସଂପାଦନ କରିବେ। ପରିବାରରେ ଉତ୍ତମ ବୁଝାମଣା ଦେଖାଦେବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦମର୍ଯ୍ୟାଦାର ଅଧିକାରୀ ହୋଇପାରନ୍ତି।

ମିଥୁନ: ଅଟକି ରହିଥିବା ଧନ ଫେରିପାଇବେ। ସନ୍ତାନମାନଙ୍କ ସହ ଅଧିକ ସମୟ କଟାଇବେ। ନୂତନ ଚିନ୍ତାଧାରା ପ୍ରୟୋଗ କରି ସଫଳତା ପାଇବେ। ସାଙ୍ଗସାଥୀଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ।

କର୍କଟ: କୌଣସି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇପାରନ୍ତି। ଆୟରେ ଅନିୟମିତା କାରଣରୁ କିଛି ସମସ୍ୟା ଉପୁଜିପାରେ । ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବେପାର ବଣିଜରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ। ଆୟରେ ଅଭିବୃଦ୍ଧି ଘଟିବ। କିଛି ନୂତନ କୌଶଳକୁ ଜୀବନରେ ସାମିଲ କରିବେ।

କନ୍ୟା: ମନରେ ଲାଗିରହିଥିବା ଭୟ ଦୂର ହେବ। କର୍ମସ୍ଥଳୀରେ କରିଥିବା କାର୍ଯ୍ୟରୁ ପୂର୍ଣ୍ଣ ସଫଳତା ପ୍ରାପ୍ତି କରିବେ। ପୂର୍ବରୁ କରିଥିବାର ନିବେଶରୁ ଲାଭବାନ ହେବେ।

ତୁଳା: ଆର୍ଥିକ ସ୍ଥିତି ମଜଭୁତ ରହିବ। ପ୍ରେମ ସମ୍ବନ୍ଧୀୟ କିଛି ବିବାଦୀୟ ଘଟଣା ଉପୁଜିପାରେ। ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ପରିସ୍ଥିତକୁ ଲକ୍ଷ୍ୟରେ ରଖି ନିଷ୍ପତ୍ତି ନିଅନ୍ତୁ।

ବିଛା: ନୂତନ ଯୋଜନାରେ କାର୍ଯ୍ୟ କରିବେ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାଇ ରହିବ। ନିବେଶ କରିବା ପୂର୍ବରୁ ଅନୁଭବୀମାନଙ୍କର ପରାମର୍ଶ ନିଅନ୍ତୁ। ଜୀବନରେ ଭିନ୍ନ ମୋଡ଼ ଦେଖାଦେବ।

ଧନୁ: ଶିକ୍ଷାକ୍ଷେତ୍ରରେ ବଡ଼ ସଫଳତା ମିଳିପାରେ । । ଭାଇଭଉଣୀଙ୍କ ପ୍ରତି ଦାୟିତ୍ବ ବୃଦ୍ଧି ପାଇବ। କର୍ମସ୍ଥଳୀରେ ଉଚ୍ଚ ପ୍ରଂଶସିତ ହେବେ। ପରିବାରରେ କୌଣସି କଥାକୁ ନେଇ ମନୋମାଳିନ୍ୟ ଦେଖାଦେବ।

ମକର: ଦିନଟି ଖୁସିରେ ଭରି ରହିବ। ପଦୋନ୍ନତିକୁ ନେଇ ଚିନ୍ତାରେ ରହିପାରନ୍ତି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଏକାଗ୍ରତାର ସହ କରନ୍ତୁ। ବିଭିନ୍ନ ପ୍ରକାର ବାଧା ପ୍ରତିବନ୍ଧକ କାଟି ଆଗକୁ ଅଗ୍ରସର ହେବେ।

କୁମ୍ଭ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ । ମାନସିକ ଅଶାନ୍ତି ସହ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଦୁର୍ବଳତା ଦେଖାଦେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ପାଇଁ ଦିନଟ ମିଶ୍ରତ ଫଳ ପ୍ରଦାନ କରିବ।

ମୀନ: ମନରେ କିଛି ନୂତନ ଆଶା ସଂଚାର ହୋଇପାରେ। ଦୀର୍ଘଦିନର ସ୍ବପ୍ନ ସାକାର ହେବ। ପରିସ୍ଥିତି ଅନୁଯାଇ ନିଷ୍ପତ୍ତି ନେବେ। ପ୍ରିୟଜନଙ୍କୁ ପ୍ରାଧାନ୍ୟ ଦେଇ ଗୁରତ୍ବପୂର୍ଣ୍ଣ କାର୍ଯ୍ୟକୁ ଅବହେଳା କରିପାରନ୍ତି।

Leave A Reply

Your email address will not be published.