ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୦୭-୦୩-୨୦୨୩)

ମେଷ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ। ପାରିବାରିକ ସୁଖଶାନ୍ତି ବୃଦ୍ଧି ପାଇବ। ମହିଳାମାନଙ୍କର ବିଳାସ ବ୍ୟସନରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ।

ବୃଷ: ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ନୂତନ ନିବେଶ କରି ଦ୍ବନ୍ଦ୍ବରେ ପଡ଼ିବେ। ଭାଇଭଉଣୀଙ୍କ ପାଇଁ ଚିନ୍ତିତ ରହିବେ।

ମିଥୁନ: ନିର୍ଦ୍ଧାରିତ ସମୟ ମଧ୍ୟରେ କାମ କରି ପ୍ରଶଂସା ପାଇବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ବରିଷ୍ଠଙ୍କ ପରାମର୍ଶ କ୍ରମେ ନୂତନ କାର୍ଯ୍ୟରେ ଯୋଗ ଦେବେ ।

କର୍କଟ: ଦୀର୍ଘ ଦିନର ଆକାଂକ୍ଷା ପୂରଣ ହେବ। ମହିଳାଙ୍କ ଦୃଷ୍ଟିକୋଣ ସକାରାତ୍ମକ ରହିବ। ପାରିବାରିକ ସହଯୋଗ ପାଇ ମନ ପ୍ରସନ୍ନ ରହିବ। ସମାଜରେ ମାନ ସମ୍ମାନ ବଢ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: ବେପାରରେ ଲାଭର ସୁଯୋଗ ହାତ ଛଡ଼ା ହୋଇପାରେ । ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ବନ୍ଧୁବାନ୍ଧବଙ୍କ ଆଗମନ ହେବ। ଧାର୍ମିକ କାର୍ଯ୍ୟରେ ସମୟ କଟିବ।

କନ୍ୟା : ପରିବାରର ଦାୟିତ୍ବ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଚେଷ୍ଟା ଜାରି ରଖି ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କର୍ତ୍ତୃପକ୍ଷଙ୍କ କଥା ଭଲଭାବେ ଶୁଣି ନିଜର ମତାମତ ରଖନ୍ତୁ।

ତୁଳା: ନିଜର କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଉତ୍ତମ ରହିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ।

ବିଛା: ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ସହକର୍ମୀଙ୍କଠାରୁ ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

ଧନୁ: ପାରିବାରିକ ସୁଖସମୃଦ୍ଧି ବୃଦ୍ଧି ହେବ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ଅଜଣା ବ୍ୟକ୍ତି ବନ୍ଧୁତାର ହାତ ବଢ଼ାଇବେ। ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ଲେଖାପଢ଼ାରେ ଛାତ୍ରଛାତ୍ରୀମାନଙ୍କ ଏକାଗ୍ରତା ବଢ଼ିବ।

ମକର: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭା ବିସ୍ତାର କରିବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ବ୍ୟସ୍ତ ରହିବେ।

କୁମ୍ଭ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଧର୍ମକାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କ ବ୍ୟବହାରରେ ପ୍ରତ୍ୟେକ ବ୍ୟକ୍ତି ପ୍ରଭାବିତ ହେବେ।

ମୀନ: ଆର୍ଥିକ ଲାଭ ମିଳିବ। ସୁସ୍ଥ ଅନୁଭବ କରିବେ। ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନୂଆ ପଦକ୍ଷେପ ନେବେ। ସମାଜରେ ପ୍ରସିଦ୍ଧି ବଢ଼ିବ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶୁଭ ଖବର ପାଇବେ।

Leave A Reply

Your email address will not be published.