ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୩୧-୦୫- ୨୦୨୨ )

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ନୂତନ ସୁଯୋଗ ଆଣିବ। ଉତ୍ସାହର ସହ ସମସ୍ତ କାର୍ଯ୍ୟ ସମାପନ କରିବେ। ନେଇଥିବା ନିଷ୍ପତ୍ତି ସଠିକ୍‌ ପ୍ରମାଣିତ ହେବ। ଅଯଥା ବିବାଦରେ ପଡ଼ନ୍ତୁ ନାହିଁ।

ବୃଷ: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। ଭ୍ରମଣଯୋଗ ରହିଛି। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବଢ଼ିବ।

ମିଥୁନ: ଦିନଟି ମଧ୍ୟମ ଧରଣରେ କଟିବ। ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ଆର୍ଥିକକ୍ଷେତ୍ରରେ ଉନ୍ନତି ଦେଖାଦେବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପାରିବାରିକ ସମ୍ପର୍କ ସୁଖମୟ ହେବ।

କର୍କଟ: କାର୍ଯ୍ୟରେ ବିଘ୍ନ ଘଟିପାରେ। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେଇ ପାରନ୍ତି। କର୍ମକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ବନ୍ଧୁବାନ୍ଧବଙ୍କ ସହ ମିଳାମିଶା ବଢ଼ିବ।

ଏଥିସହିତ ପଢ଼ନ୍ତୁ

ସିଂହ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନିଜ ବ୍ୟବହାର ପାଇଁ ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ପରିବାରରେ ଉତ୍ସବର ବାତାବରଣ ରହିବ।

କନ୍ୟା: କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ। କ୍ୟାରିଅରରେ ସଫଳତା ପାଇବେ। ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ିଉଠିବ। ଅଧିକାରୀଙ୍କ ସହ ଗୁରୁତ୍ବ ଆଲୋଚନା କରିବେ।

ତୁଳା: ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ନିଜ ଯୋଗ୍ୟତାକୁ ପ୍ରମାଣ କରିବା ପାଇଁ ସୁଯୋଗ ପାଇବେ।

ବିଛା: କାର୍ଯ୍ୟରେ ନୂତନ ପରିବର୍ତ୍ତନ ଆସିବ। ଧନଲାଭ ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଭବିଷ୍ୟତ ପାଇଁ ସଞ୍ଚୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ଧନୁ: ବୁଦ୍ଧି ବଳର ଉପଯୋଗ କରି କାର୍ଯ୍ୟ ହାସଲ କରିବେ। ଆର୍ଥିକକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଅନ୍ୟର କଥାରେ ଦୁଃଖୀ ହୋଇପାରନ୍ତି। ପାରିବାରିକ ସମସ୍ୟା ଦେଖାଦେବ।

ମକର: ଦେହ ଓ ମନ ଭଲ ରହିବ। ନୂତନ କାର୍ଯ୍ୟ କରିପାରନ୍ତି। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦୀର୍ଘଦିନର ଚିନ୍ତା ଦୂର ହେବ।

କୁମ୍ଭ: ଆଧ୍ୟାତ୍ମିକ ଚିନ୍ତାରେ ସମୟ ବିତିବ। ତରବରିଆ ଭାବରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ଦେବେ। ପାରିବାରିକ ଜୀବନରେ ସମ୍ପର୍କ ସୁଦୃଢ଼ ରହିବ।

ମୀନ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ। ଆୟ ବଢ଼ିବାରେ ଲାଗିବ। ଲେଖାଲେଖି କରି ଲୋକପ୍ରିୟତା ହାସଲ କରିବେ।

Leave A Reply

Your email address will not be published.