ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୩୧ – ୦୧ – ୨୦୨୩ )

ମେଷ: ପରିବାର ସହ କୌଣସି ଧର୍ମସ୍ଥଳୀକୁ ଯାଇପାରନ୍ତି। ବ୍ୟବସାୟରେ ଲାଭାନ୍ବିତ ହେବେ। କୌଣସି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରି ଆତ୍ମସନ୍ତୋଷ ଲାଭକରିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ।

ବୃଷ: ସକାରାତ୍ମକ ଚିନ୍ତାଧାରା ବ୍ୟକ୍ତିଙ୍କ ସହ ଘନିଷ୍ଠତା ବଢ଼ିବ। ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ। ଆର୍ଥିକ ଉନ୍ନତି ସତ୍ତ୍ବେ ଅଭାବ ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ଭୁଲବୁଝାମଣା ଦେଖାଦେଇପାରେ।

ମିଥୁନ: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରି ସଫଳତା ପାଇବେ। ସାହିତ୍ୟ , କଳା ପ୍ରତି ଆଗ୍ରହ ବଢ଼ିବ। ଭାଇ ଭଉଣୀଙ୍କୁ ଲେଖାପଢ଼ାରେ ସହଯୋଗ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ।

କର୍କଟ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ବୈବାହିକ ଜୀବନରେ ସ୍ଥିରତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ। କର୍ମକ୍ଷେତ୍ରରେ କାର୍ଯ୍ୟ ବହୁଳତା ରହିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରି ସନ୍ତୋଷ ଅନୁଭବ କରିବେ। ବିଭିନ୍ନ କ୍ଷେତ୍ରରେ ପରିବାରବର୍ଗଙ୍କ ସହଯୋଗ ପାଇବେ।

କନ୍ୟା: ପରିବାରରେ ଏକତା ବଢ଼ିବ। କାର୍ଯ୍ୟକୁ ସୁଚାରୁ ରୂପରେ ପୂରଣ କରିବାକୁ ଭିନ୍ନ ଉପାୟ ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଯାଇପାରେ।

ତୁଳା: ଦିନଟି ଚଳଚଞ୍ଚଳ ରହିବ। କର୍ମକ୍ଷେତ୍ରରେ କିଛିଟା ସମସ୍ୟା ରହିପାରେ। ଅର୍ଥନୈତିକ କାର୍ଯ୍ୟରେ ବାଧା ଉପୁଜିପାେର।ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ନୂତନ ମାର୍ଗ ଉନ୍ମୁକ୍ତ ହେବ।

ବିଛା: ଦୀର୍ଘ ଦିନର ଅପେକ୍ଷାର ପରିସମାପ୍ତି ଘଟିବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବାରରେ ଆପଣଙ୍କର ଗୁରୁତ୍ତ୍ବ ବୃଦ୍ଧି ପାଇବ। ବିଦେଶ ଭ୍ରମଣ ଯୋଗ ରହିଛି।

ଧନୁ: ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ନୂତନ ନିବେଶ କରି ଲାଭାନ୍ବିତ ହେବେ।

ମକର: ଅକସ୍ମାତ୍‌ ଶୁଭ ଖବର ପାଇ ଉତ୍ସାହିତ ହେବେ। ପ୍ରିୟଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ଦିନଟିରେ ମିଶ୍ରିତ ଫଳ ପାଇବେ। ଅଯଥା କାର୍ଯ୍ୟରେ ନିଜର ବୁଦ୍ଧିବଳ ନଷ୍ଟ କରନ୍ତୁ ନାହିଁ। ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଉପୁଜିପାରେ।

ମୀନ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଆଶା ନିରାଶରେ ପରିଣତ ହୋଇଯାଇପାରେ। କର୍ମ କ୍ଷେତ୍ରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଧାର୍ମିକ ଭାବନା ରଖି ଅନ୍ୟର ସହାୟତା କରିବେ।

Leave A Reply

Your email address will not be published.