ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୯–୧୧–୨୦୨୨ )

ମେଷ: ଦୂରଯାତ୍ରା କରି ଥକ୍କା ଅନୁଭବ କରିବେ। କୌଣସି କ୍ଷେତ୍ରରୁ ଲାଭବାନ ହେବେ। ଉଚ୍ଚଅଧିକାରୀଙ୍କ ସହ ମିଳାମିଶା ବଢ଼ିବ। ଗୁରୁଜନଙ୍କ ପରାମର୍ଶ କ୍ରମେ ନୂତନ ନିବେଶ କରନ୍ତୁ।

ବୃଷ: ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ପୁରୁଣା ବନ୍ଧୁଙ୍କ ସହଯୋଗ ପାଇବେ। ପରିବାର ବର୍ଗଙ୍କ ସହ ତୀର୍ଥସ୍ଥଳୀ ଭ୍ରମଣରେ ପାଇଁ ଯାଇପାରନ୍ତି।

ମିଥୁନ: ପରିବାରରେ ଉତ୍ତମ ବୁଝାମଣା ସହ ସୁଖଶାନ୍ତି ବଜାୟ ରହିବ। ରାଜନୀତିରେ ସୁନାମ ପାଇବେ। କର୍ମକ୍ଷେତ୍ରରେ କିଛି ନୂଆ ଶିଖିବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବ୍ୟବସାୟରେ ସନ୍ତୋଷଜନକ ଫଳ ପାଇବେ।

କର୍କଟ: ପରିବାରର ସହଯୋଗ ପାଇବେ। ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ମହିଳାମାନେ ହତୋତ୍ସାହ ହେବେ। ବ୍ୟବସାୟରେ ମାନ୍ଦା ସ୍ଥିତି ରହିବ।

ଏଥିସହିତ ପଢ଼ନ୍ତୁ

ସିଂହ: ସବୁ ଦିଗରୁ ଉନ୍ନତି ହେବ। ଉଭୟ ପ୍ରେମ ଓ ସାଂସାରିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଲାଭବାନ ହେବେ। ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

କନ୍ୟା: ଆର୍ଥ଄କସ୍ତରରେ ଉନ୍ନତି ହେବ। ମହିଳାମାନେ କର୍ମତତ୍ପର ରହିବେ। ପୂର୍ବ ବ୍ୟବସାୟ ଚୁକ୍ତିରୁ ଆପଣଙ୍କୁ ଅଚାନକ ଲାଭ ମିଳିବ। ଘରୋଇ ଦାୟିତ୍ବ ନେଇ ସୁଚାରୁ ରୂପରେ ସଂପାଦନ କରିବେ।

ତୁଳା: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ।

ବିଛା: ଯେଉଁ କାମ ଆରମ୍ଭ କରିବେ, ସେଥିରେ ସଫଳତା ମିଳିବ। ଅଚାନକ ଧନଲାଭ ହେବ। ବ୍ୟୟ ବହୁଳତା ଓ ମନସ୍ତାପରେ ରହିବେ। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । କର୍ମକ୍ଷେତ୍ରରେ ଅବହେଳା କରିପାରନ୍ତି।

ଧନୁ: ବରିଷ୍ଠ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି। ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାରରେ ଏକତା ରହିବ।

ମକର: ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଆପଣଙ୍କ ବ୍ୟବହାର ଦ୍ବାରା ଲୋକମାନେ ପ୍ରଭାବିତ ହେବେ। ସକାରାତ୍ମକ ଚିନ୍ତାଧାରା ରହିବ। ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସୁଚାରୁ ରୂପରେ ତୁଲାଇବ।

କୁମ୍ଭ: ବିଭିନ୍ନ କାର୍ଯ୍ୟ ଯୋଗୁଁ ବ୍ୟସ୍ତତା ମଧ୍ୟରେ ରହିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟହାନି ହୋଇପାରେ। ଅନ୍ୟ କଥାରେ ପଡ଼ି ନିବେଶ କରନ୍ତୁ ନାହିଁ। ଅକସ୍ମାତ୍‌ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ।

ମୀନ: ନୂତନ ଚିନ୍ତାଧାରା ନେଇ ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ପାଇଁ ବାଟ ଖୋଜି ପାଇବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ଜଡ଼ିତ ହେବେ।

Leave A Reply

Your email address will not be published.