ମଙ୍ଗଳବାର ରାଶିଫଳ (୨୯-୦୬-୨୦୨୧)

ମେଷ:ଦିନଟି ଫୂର୍ତ୍ତିରେ କଟିବ। ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ଆୟ ଦ୍ବିଗୁଣିତ ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ବୃଷ:ଉଚ୍ଚ ଆଶା ସଫଳ ହେବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ଚାକିରିରେ ଧନସମ୍ମାନ ପାଇବେ। ବାଣିଜ୍ୟରେ ଆଶାଠାରୁ ଅଧିକ ଆୟ ହେବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମିଥୁନ:ଅନ୍ୟ ପାଇଁ ସମସ୍ୟାରେ ପଡିପାରନ୍ତି। ରାଜନୀତିରେ ଷଡଯନ୍ତ୍ରରେ ପ୍ରଭାବିତ ହୋଇପାରନ୍ତି। ଚାକିରିରେ ଅଭିଯୋଗ ଆସିପାରେ। ବାଣିଜ୍ୟ ପ୍ରତିକୂଳ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କର୍କଟ:କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ସାଂସାରିକ ଅର୍ଥ ହାନି ଓ ଦୁଶ୍ଚିନ୍ତା ରହିବ। ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ସିଂହ:ଦିନଟି ସୁଖସନ୍ତୋଷ ଭିତରେ କଟିବ। ଚାକିରିରେ ସନ୍ତୋଷଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

କନ୍ୟା:ଦୁଃସାହସିକ ଭିତରେ କାର୍ଯ୍ୟ ସମ୍ପାଦନ କରିବେ। ଚାକିରିରେ କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ତୁଳା:ଯୋଜନା କରି ଅସଫଳ ହେବେ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଆଳସ୍ୟପରାୟଣା ହେବେ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ବିଛା:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକପ୍ରିୟତା ବଢିବ। ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ଧନୁ:କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ତୁଲାଇ ଆଶ୍ବସ୍ତି ହେବେ। ମହିଳାମାନେ ସୁଖୀ ରହିବେ। ରାଜନୀତିରେ ସୁନାମ ମିଳିବ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ମକର:ଅର୍ଥଚିନ୍ତାରେ ରହିବେ। ପଡୋଶୀଙ୍କ ସହ ମନାନ୍ତର ହୋଇପାରେ। ଚାକିରିରେ ଅବହେଳା ରହିବ। ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କୁମ୍ଭ:ଦିନଟି ହର୍ଷୋଲ୍ଲାସ ଭିତରେ କଟିବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମୀନ:ବହୁ ଚେଷ୍ଟା କରି ଆଗେଇ ଚାଲିବେ। ହଠାତ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ପରିଶ୍ରମୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications