ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୮-୦୬- ୨୦୨୨ )

ମେଷ : ସ୍ବାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଭାବିଚିନ୍ତି ନିଷ୍ପତ୍ତି। ବନ୍ଧୁବାନ୍ଧବଙ୍କ କାର୍ଯ୍ୟରେ ଦୁଃଖିତ ହେବେ। ପଛକଥା ମନେ କରି ମାନସିକ ଅବସାଦ ପାଇବେ।

ବୃଷ : ପରିବାରରେ ଖୁସିର ବାତାବରଣ ରହିବ। ପ୍ରିୟଜନଙ୍କ ପାଇଁ ଉତ୍ସାହିତ ହେବେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ। ବ୍ୟବସାୟରେ ଧନଲାଭର ଅବସର ପାଇବେ। ଅଯଥା କାମରୁ ନିବୃତ୍ତ ରୁହନ୍ତୁ।

ମିଥୁନ : ଧାର୍ମିକ କାର୍ଯ୍ୟରେ ଦିନଟି ଅତିବାହିତ ହେବ। ଆକସ୍ମିକ ଯାତ୍ରା ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ସୁଯୋଗ ରହିଛି।

କର୍କଟ : ନିଜ ଭବିଷ୍ୟତ ଓ ସ୍ବାସ୍ଥ୍ୟକୁ ନେଇ ଖୁବ୍‌ ଚିନ୍ତିତ ରହିବେ। ପ୍ରଚୁର ଆର୍ଥିକ ଲାଭ ସୂଚନା ପାଇବେ। ଭାଇଭଉଣୀଙ୍କ ଦାୟିତ୍ବ ଆପଣଙ୍କ ଉପରେ ନ୍ୟସ୍ତ ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ : କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସ୍ବାଭାବିକ ରହିବ। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସମ୍ମୁଖରେ ଭାବିଚିନ୍ତି କଥା କୁହନ୍ତୁ। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଭ୍ରମଣରେ ଅଧିକ ସମୟ କଟାଇବେ।

କନ୍ୟା : ବୁଦ୍ଧିମତ୍ତାର ସହ କାର୍ଯ୍ୟ କରି ଅନ୍ୟଙ୍କୁ ପ୍ରଭାବିତ କରାଇବେ। ଯାତ୍ରା କରି ଲାଭାନ୍ବିତ ହେବେ। ଗୁରୁଜନଙ୍କ ସହ ମତଭେଦ ଦେଖାଦେଇପାରେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

ତୁଳା : କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ଆୟ ତୁଳନାରେ ବ୍ୟୟ ବଢ଼ିବ। ପରିବାରଠାରୁ ସାହାଯ୍ୟ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ବିଦ୍ୟାର୍ଥୀଙ୍କ ନୂତନ ସଫଳତା ମିଳିପାରେ।

ବିଛା : ଦାମ୍ପତ୍ୟ ସମ୍ବନ୍ଧରେ ଦୂରତା ବଢ଼ିବାକୁ ଲାଗିବ। ବ୍ୟବସାୟକୁ ନେଇ ଚିନ୍ତିତ ରହିବେ। ମନ କଥା ପ୍ରିୟଜନଙ୍କ ସମ୍ମୁଖରେ ଉପସ୍ଥାପନା କରି ଅସୁବିଧାରେ ପଡ଼ିବେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ।

ଧନୁ : ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇପାରନ୍ତି। ପରିବାରବର୍ଗଙ୍କ ସହାୟତାରେ ଆଗକୁ ଅଗ୍ରସର ହେବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ନିବିଡ଼ତା ଦେଖାଦେବ। କୌଣସି ସ୍ଥାନରେ ବିବାହ ସ୍ଥିର ହୋଇପାରେ।

ମକର : ନକାରାତ୍ମକ ଚିନ୍ତା ଓ ଜିଦିଆ ସ୍ବଭାବ କାରଣରୁ ଅସୁବିଧାରେ ପଡ଼ିଯାଇପାରନ୍ତି। ଯଥାସମ୍ଭବ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ।

କୁମ୍ଭ : ଆଧ୍ୟାତ୍ମିକ ଚିନ୍ତା ରଖି ଶାନ୍ତି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବା ପାଇଁ ନୂତନ ସୁଯୋଗ ପାଇବେ। ଦୀର୍ଘଦିନର ଆଶା ପୂରଣ ହେବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ମୀନ : ମନୋରଞ୍ଜନ ତଥା ଯାତାୟାତରେ ଦିନଟି ଅତିବାହିତ ହେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସାଙ୍ଗସାଥୀଙ୍କ କଥାକୁ ଗୁରୁତ୍ବ ଦେବେ। ଆର୍ଥିକସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।

Leave A Reply

Your email address will not be published.