ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୨୮-୦୨-୨୦୨୩)

ମେଷ: ପରିବାରର ଆଶା ପୂରଣ କରିବାକୁ ସମର୍ଥ ହେବେ । କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ । ଗଣମାଧ୍ୟମ ସହିତ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଉତ୍ତମ ରହିବ। ଚିନ୍ତାଧାରା ସକାରାତ୍ମକ ରହିବ।

ବୃଷ: ବାଦବିବାଦୀୟ ପରିସ୍ଥିତିରେ ଦୂରେଇ ରୁହନ୍ତୁ। ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ। ନୂତନ ବ୍ୟବସାୟିକ ଚୁକ୍ତି ହୋଇପାରେ। ଆର୍ଥିକ ସଙ୍କଟ ଦୂର ହେବ। ବୈବାହିକ ଜୀବନ ଉତ୍ତମ ରହିବ।

ମିଥୁନ: ନିଜ ବ୍ୟବହାରରେ ଅନ୍ୟଙ୍କୁ ଆକର୍ଷିତ କରିବେ। ଦାମ୍ପତ୍ୟ ଜୀବନ ସମସ୍ୟା ବହୁଳ ରହିପାରେ । ମହିଳାମାନେ ସମୟର ସଠିକ୍‌ ଉପଯୋଗ କରିବେ। ବ୍ୟବସାୟରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରିବେ।

କର୍କଟ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିପାରନ୍ତି। କୌଣସି ନୂତନ ପ୍ରୋଜେକ୍ଟରେ କାର୍ଯ୍ୟ କରିବା ପୂର୍ବରୁ ଏକ ଉତ୍ତମ ଯୋଜନା ପ୍ରସ୍ତୁତ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅଯଥା ଚିନ୍ତା କରି କଷ୍ଟ ପାଇବେ। ନିଜ କଥାକୁ ରଖିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିବେ। ସାମାଜିକ ଆୟୋଜନରେ ସାମିଲ ହୋଇ ଅନ୍ୟଙ୍କୁ ପ୍ରଭାବିତ କରିବେ।

କନ୍ୟା: ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ଦେଖାଦେବ। ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବ। ମହିଳାମାନଙ୍କ ଜୀବନରେ କିଛି ନୂତନ ପରିବର୍ତ୍ତନ ଦେଖାଦେବ।

ତୁଳା: କୌଣସି ଖାସ୍‌ କାର୍ଯ୍ୟରେ ବ୍ୟସ୍ତ ରହିବେ। ଜରୁରୀ କାର୍ଯ୍ୟରେ ବାଧା ଉପୁଜିବ। ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାରେ ପଡ଼ିଯାଇପାରନ୍ତି।

ବିଛା: କ୍ୟାରିୟରରେ ଉନ୍ନତି ପାଇଁ ନୂତନ ମାର୍ଗ ପାଇବେ। ପ୍ରିୟଜନଙ୍କ ପାଇଁ ଜଟିଳ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବେ । ଅନ୍ୟମନସ୍କ ହୋଇ ଭୁଲ୍‌ କାର୍ଯ୍ୟ କରିପାରନ୍ତି।

ଧନୁ: ଦନଟିରେ ସତର୍କତା ଅବଲମ୍ବନ କରନ୍ତୁ। ହେବାକୁ ଥିବା କାର୍ଯ୍ୟ ଅଟକି ଯାଇପାରେ।ସାଙ୍ଗସାଥୀଙ୍କଠାରୁ ଆର୍ଥିକ ସହାୟତା ପାଇପାରିବେ । ମାନସିକ ସ୍ତରରେ ଚାପଗ୍ରସ୍ତ ଅବସ୍ଥାରେ ରହିବେ ।

ମକର: ଜୀବନରେ ଉନ୍ନତି ଆଣିବା ପାଇଁ ବିଶେଷ ସୁଯୋଗ ପାଇବେ। ଘରୋଇ କାର୍ଯ୍ୟକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଅଫିସରେ କୌଣସି ଜଟିଳ ବିଷୟ ସମାଧାନ ହେବ ।

କୁମ୍ଭ: ଅଫିସ୍ କାର୍ଯ୍ୟରେ ଅନ୍ୟ ସହରକୁ ଯାତ୍ରା କରିବାକୁ ପଡ଼ିପାରେ । ବ୍ୟବସାୟ ସହ ଜଡ଼ିତ କାର୍ଯ୍ୟରେ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହ ସମ୍ପର୍କରେ ଘନିଷ୍ଠତା ବଢ଼ିବ। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ।

ମୀନ: ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡ଼ିପାରେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ସ୍ଥାପନ ହୋଇପାରେ। ମହିଳାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ବାକ୍ୟ ଉପରେ ସଂଯମତା ରକ୍ଷାକରନ୍ତୁ।

Leave A Reply

Your email address will not be published.