ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୨୩-୧୧-୨୦୨୧)

ମେଷ:- କାର୍ଯ୍ୟଦକ୍ଷତା ଦ୍ବାରା ସୁଫଳ ପାଇବେ | ମହିଳାମାନେ ରକ୍ଷଣଶୀଳ ହେବେ । ଚାକିରିରେ ପଦୋନ୍ନତି ହେବ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି।

ବୃଷ:- କାର୍ଯ୍ୟହାନି ଓ ମନସ୍ତାପ ଦେଖାଦେବ। ଚାକିରିରେ ଅସହଯୋଗ ମନେ ହେବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ I ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ-ସବୁଜ।

ମିଥୁନ:- ଦିନଟି ସୁଖ ସନ୍ତୋଷ ଭିତରେ କଟିବ। ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ -୮, ଶୁଭ ରଙ୍ଗ- କଳା ।

କର୍କଟ :– କର୍ମକ୍ଷେତ୍ରରେ ବ୍ୟୟ ବହୁଳତା ରହିବ । ସାଂସାରିକ ଜୀବନ ଚଳଚଞ୍ଚଳ ରହିବ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ବାଣିଜ୍ୟରେ ମଧ୍ୟମ ଫଳ ମିଳିବ । ଶିକ୍ଷାର୍ଥୀ ଦୂରଯାତ୍ରା କରି ପାରନ୍ତି । ଶୁଭ ଅଙ୍କ – ୯, ଶୁଭ ରଙ୍ଗ- କମଳା ।

ଏଥିସହିତ ପଢ଼ନ୍ତୁ

ସିଂହ:- ସ୍ଵପ୍ନ ସାକାର ହେବ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ଉଚ୍ଚାଭିଳାସୀ ହେବେ। ବାଣିଜ୍ୟରେ ନୂତନତା ଆସିବ। ଶିକ୍ଷାର୍ଥୀ କର୍ତ୍ତବ୍ୟନିଷ୍ଠ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ଗୋଲଡେନ୍ ।

କନ୍ୟା:- କିଛିଟା ସମସ୍ୟା ଭିତରେ ଆଗେଇ ଚାଳିବେ। ଚାକିରି ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ପୁଞ୍ଜି ନିବେଶ କରି ସଫଳ ହେବେ ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ – ସବୁଜ |

ତୁଳା:- ଯୋଜ ନା ସ୍ଥଗିତ ରହିପାରେ। ଚାକିରିରେ କାର୍ଯ୍ୟବହୁଳ ରହିବ। ମହିଳାମାନେ ଉଦାସ ରହିବେ । ରାଜନୀତିରେ ବିରୋଧୀ ବୃଦ୍ଧିପାଇବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭଅଙ୍କ –୨, ଶୁଭରଙ୍ଗ – ଧଳା ।

ବିଛା:- କର୍ମକ୍ଷେତ୍ରରେ ପ୍ରତାରଣା ପାଇ ପାରନ୍ତି । ଚାକିରିରେ ଶତ୍ରୁ ବୃଦ୍ଧି ହେବେ। ପ୍ରଶାସନିକ ଅଭିଯୋଗ ଆସିପାରେ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି |

ଧନୁ :- ଦିନଟି ପ୍ରସନ୍ନତା ଭିତରେ କଟିବ । ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ । ମହିଳାମାନେ ଯଶ ପାଇବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର।

ମକର:- ପ୍ରାୟତଃ ପ୍ରତିଟି କାର୍ଯ୍ୟରେ ଆଗେଇ ଚାଲିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ । ମହିଳାମାନେ କର୍ମତତ୍ପର ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ-ନୀଳ |

କୁମ୍ଭ:- କର୍ମକ୍ଷେତ୍ରରେ ଶିଥୁଳତା ରହିବ । ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ହଳଦିଆ ।

ମୀନ: – ବହୁ ଚେଷ୍ଟା କରି ସଫଳ ହେବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଗୁରୁଜନଙ୍କର ପ୍ରିୟ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ – ପିଙ୍କ ।

Leave A Reply

Your email address will not be published.