ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୨୩-୦୮-୨୦୨୨)

ମେଷ: ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ। କିଛି ନୂଆ କରି ଆରମ୍ଭ କରିପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। ଉତ୍ସାହର ସହ ସମସ୍ତ କାର୍ଯ୍ୟ ପୂରଣ କରିବେ।

ବୃଷ: ଦିନଟିରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଅନ୍ୟର ସହଯୋଗରେ କାର୍ଯ୍ୟ ପୂରଣ କରିବେ। ମହିଳାମାନେ ଅାତ୍ମନିର୍ଭରଶୀଳ ହେବେ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ସଫଳତା ପାଇବେ।

ମିଥୁନ: ମିଳିଥିବା ମଉକାର ସଠିକ୍‌ ଉପଯୋଗ କରିବେ। ଆର୍ଥିକ ଲାଭ ପାଇ ଖୁସି ରହିବେ। ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ଯାତାୟାତ ସମୟରେ ସତର୍କ ରହନ୍ତୁ।

କର୍କଟ: ନିଜ ମନକଥା ପ୍ରିୟଜନଙ୍କୁ କହି ଆତ୍ମସନ୍ତୋଷ ପାଇବେ। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରି।

ଏଥିସହିତ ପଢ଼ନ୍ତୁ

ସିଂହ: ନିଜ ଇଚ୍ଛା ମୁତାବକ ସବୁ କାର୍ଯ୍ୟ ପୂରଣ ହେବ। ଅଧିକ କାର୍ଯ୍ୟ କରି ଅସୁସ୍ଥ ମନେ କରିପାରନ୍ତି। ସାଙ୍ଗସାଥୀଙ୍କ ସହ ମନୋରଞ୍ଜନ ପାଇଁ ଯାଇପାରନ୍ତି। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ ।

କନ୍ୟା: ସିଧା କଥା କହି ସମସ୍ୟାରୁ ରକ୍ଷା ପାଇପାରନ୍ତି। କ୍ୟାରିୟରରେ ନୂତନ ପରିବର୍ତ୍ତନ ଦେଖାଦେବ। ଧନଲାଭ ଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ତୁଳା: ମାନସିକ ଅବସାଦରେ ରହିବେ। ଜୀବନସାଥୀଙ୍କ ସହଯୋଗ ପାଇବେ ନାହିଁ। କୌଣସି ନିଷ୍ପତ୍ତି ନେବାରେ ଦ୍ବନ୍ଦ୍ବ ଉପୁଜିପାରେ। ନିଜ ଦୁର୍ବଳତାକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ।

ବିଛା: ଅଧାରେ ରହିଯାଇଥିବା କାର୍ଯ୍ୟ ପୂରଣ ହୋଇପାରେ। କିଛି ନୂଆ ଅବସର ପାଇ ଜୀବନରେ ଆଗକୁ ବଢ଼ିପାରନ୍ତି। ଦୂରସ୍ଥାନକୁ ଯାତ୍ରାଯୋଗ ରହିଛି। କିଛି ନୂଆ କରିବାର ମଉକା ପାଇବେ।

ଧନୁ: ନିଜ ମନ କଥା କହି ଆତ୍ମସନ୍ତୋଷ ପାଇବେ। ଜୋରଜବରଦସ୍ତ ସଫଳତା ପାଇବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆଶାଅନୁସାରେ ଫଳ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ମକର: ଭାଇଭଉଣୀଙ୍କ ସହ ତର୍କବିତର୍କ ଦେଖାଦେଇ ପାରେ । ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଶତ୍ରୁମାନେ ଆପଣଙ୍କ ପ୍ରଗତିରେ ଗତିରୋଧ କରିପାରନ୍ତି।

କୁମ୍ଭ: ବିଭିନ୍ନ ଦିଗରୁ ସଫଳତା ପାଇବେ। ଦୈନନ୍ଦିନ କାର୍ଯ୍ୟରୁ କିଛି ନୂଆ ଶିଖିବାକୁ ପାଇବେ। ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠାନ ହୋଇପାରେ।

ମୀନ: କୌଣସି ସୁଯୋଗର ଲାଭ ଉଠାଇ ପାରନ୍ତି। ନୂତନ ନିବେଶରୁ ଧନଲାଭର ଯୋଗ ରହିଛି। ସହକର୍ମୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।

Leave A Reply

Your email address will not be published.