ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୨–୧୧–୨୦୨୨ )

ମେଷ: ଛାତ୍ରଛାତ୍ରୀ ଉନ୍ନତି ପାଇଁ ଭଲ ସୁଯୋଗ ମିଳିପାରେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାର ସହ ଦିନଟି ଭଲରେ କଟିବ।

ବୃଷ: ଆଶା ଅନୁଯାୟୀ ଫଳ ପାଇବେ ନାହିଁ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ସକାରାତ୍ମକ ଭାବନା ରଖି ଆଗକୁ ବଢ଼ିବେ। ସନ୍ତାନସନ୍ତିତଙ୍କ ପାଇଁ ମୂଲ୍ୟବାନ ବସ୍ତୁ କ୍ରୟ କରିପାରନ୍ତି।

ମିଥୁନ: ନିଜ ପ୍ରତିଭାକୁ ପ୍ରମାଣିତ କରି ସମସ୍ତଙ୍କ ପାଖରେ ପ୍ରିୟଭାଜନ ହେବେ। ବିଗିଡ଼ି ଯାଇଥିବା କାର୍ଯ୍ୟକୁ ସଜାଡ଼ି ନେବେ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।

କର୍କଟ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଖୁବ୍‌ କମ୍‌ ସମୟରେ ଅଧିକ କାର୍ଯ୍ୟ ସମାପନା କରିବେ । କାର୍ଯ୍ୟକ୍ଷେତ୍ରରେ ଆଗୁଆ ରହିବେ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭବାନ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟପ୍ରତି ହେଳା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ସହ ମତଭେଦ ଦେଖାଦେଇପାରେ। ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ।

କନ୍ୟା: ପୈତୃକ ସମ୍ପତ୍ତି ଦ୍ବାରା ଲାଭବାନ ହେବେ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। କର୍ମକ୍ଷେତ୍ରରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ତୁଳା: ଅଯଥା ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଶତ୍ରୁମାନଙ୍କ କୁଚକ୍ରାନ୍ତର ଶିକାର ହୋଇପାରନ୍ତି। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। କ୍ୟାରିୟରରେ ନୂତନ ମୋଡ଼ ଆସିପାରେ।

ବିଛା: ସମୟ ଅନୁସାରେ କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ଜୀବନରେ ଭିନ୍ନ ପରିବର୍ତ୍ତନ ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

ଧନୁ: ଅନେକ ଦିନର ସ୍ବପ୍ନ ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ଲୋକଙ୍କ ଧ୍ୟାନ ଆକର୍ଷଣ କରିବେ। ଅତ୍ୟଧିକ ଖର୍ଚ୍ଚରେ ପଡ଼ିଯାଇ ପାରନ୍ତି।

ମକର: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଧନଲାଭର ଯୋଗ ରହିଛି। ଅନ୍ୟର ଭାବନାକୁ ସମ୍ମାନ ଦେବେ। ପରିବାରରେ ସମ୍ମାନ ଓ ସମୃଦ୍ଧି ବୃଦ୍ଧି ପାଇବ। ଧୈର୍ଯ୍ୟର ଫଳ ସୁନିଶ୍ଚିତ ଭାବରେ ପାଇବେ।

କୁମ୍ଭ: ଦୀର୍ଘ ଦିନର ସ୍ବପ୍ନ ସାକାର ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ଗୋପନୀୟ କଥା ପ୍ରକାଶ କରନ୍ତୁ ନାହିଁ।

ମୀନ: ପୁରୁଣା ନିବେଶରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରି ସଫଳତା ପାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ଆସିବ।

Leave A Reply

Your email address will not be published.