ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୦-୦୭-୨୦୨୧ )

ମେଷ:କର୍ମକ୍ଷେତ୍ରରେ ଅସହଯୋଗ ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଅପଯଶ ପାଇବେ। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

ବୃଷ: ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ରାଜନୀତିରେ ସୁନାମ ପାଇବେ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମିଥୁନ:ଦିନଟି ଦୃଢମନା ଓ ସାହସିକତାର କାର୍ଯ୍ୟ ତୁଲାଇବେ। ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କର୍କଟ:ଯୋଜନା କରି ସଫଳ ହେବେ। ଚାକିରିରେ ସହଯୋଗ ପାଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ:କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ। ମହିଳାମାନେ ବିରକ୍ତିମନା ରହିବେ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

କନ୍ୟା:କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ରାଜନୀତିରେ ପ୍ରତିଷ୍ଠିତ ହେବେ। ଚାକିରିରେ ସମ୍ମାନ ବଢିବ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ତୁଳା:ଦିନଟି ଚଳଚଞ୍ଚଳ ରହିବେ। ପଡୋଶୀଙ୍କ ସହଯୋଗ ପାଇବେ। ରାଜନୀତିରେ କର୍ମତତ୍ପର ରହିବେ। ବାଣିଜ୍ୟରେ ସଫଳତା ପାଇବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:ଦିନଟି ହସଖୁସିର ଆସର ଜମିପାରେ। ଚାକିରିରେ ନିଷ୍ଠାପର ରହିବେ। ରାଜନୀତିରେ ଲୋକପ୍ରିୟ ହେବେ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଧନୁ:ବ୍ୟୟବହୁଳତା କାରଣରୁ ଅଭାବ ଦେଖାଦେବ। ଚାକିରିରେ କାର୍ଯ୍ୟଭାର ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ମକର:ଦିନଟି ସୁଖ ସମୃଦ୍ଧି ଭିତରେ କଟିବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କୁମ୍ଭ:କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମୀନ:ସମାଜରେ ଉତ୍ତମ ଆସନରେ ଅଳଙ୍କୃତ ହେବେ। ମହିଳାମାନେ ଧର୍ମପରାୟଣା ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

Leave A Reply

Your email address will not be published.