ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୧୯-୦୭- ୨୦୨୨ )

ମେଷ: ପରିବାରବର୍ଗ ଆପଣଙ୍କଠାରୁ ଅଧିକ ସହଯୋଗ ଆଶା କରିବେ। ବ୍ୟବସାୟରେ ବିକାଶ ଘଟିବ। ଭବିଷ୍ୟତରେ ଭଲ ଫଳ ପାଇବେ। ନିଜ ମନପସନ୍ଦ ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି।

ବୃଷ: ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ପୂରଣ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିବେ।

ମିଥୁନ: ଅଟକି ରହିଥିବା ସରକାରୀ କାର୍ଯ୍ୟ ପୂରଣ ହେବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ପୁରୁଣା ସମସ୍ୟାରେ ସୁଧାର ଆସିପାରେ। ପୈତୃକ ସମ୍ପତ୍ତିରେ ଭାଗୀଦାରି ହାସଲ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

କର୍କଟ: ସମାଜରେ ଲୋକପ୍ରିୟତା ହାସଲ କରିପାରନ୍ତି। ବ୍ୟବସାୟରେ ଆୟ ବୃଦ୍ଧି ପାଇବ। ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ପାଇବେ। ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ।

ଏଥିସହିତ ପଢ଼ନ୍ତୁ

ସିଂହ: ପରିଶ୍ରମ କରି ସୁଫଳ ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ପାଇଁ ନୂତନ ସୁଯୋଗ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଉତ୍ତମ ରହିବ। ଏକ ସମୟରେ ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟ କରିବା ଦ୍ୱାରା ଚିନ୍ତାରେ ପଡ଼ିଯାଇପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ଅଯଥା କାର୍ଯ୍ୟରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାରରେ ଦେଖାଯାଉଥିବା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ନିଜ ମନକଥା ଅନ୍ୟକୁ କୁହନ୍ତୁ ନାହିଁ। ନିଜର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ।

ତୁଳା: ଅନେକ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ପାଇବେ। ପରିବାର ସହ ଅଧିକ ସମୟ କଟାଇବେ। ମନୋରଞ୍ଜନରେ ଅଧିକ ଅର୍ଥବ୍ୟୟ କରି ନିଜର ସ୍ଥିତିକୁ ବିଗାଡ଼ି ପାରନ୍ତି।

ବିଛା: ଅଳ୍ପ ପରିଶ୍ରମ କରି ମଧ୍ୟ ସଫଳତା ପାଇବେ। କ୍ୟାରିୟର ସହ ଜଡ଼ିତ ଅନେକ ସୁଯୋଗ ପାଇବେ। ନୂତନ ନିଯୁକ୍ତି ସୁଯୋଗ ପାଇପାରନ୍ତି। ଦୀର୍ଘଦିନର ସ୍ବପ୍ନ ପୂରଣ ହେବ।

ଧନୁ: ଆୟର ପ୍ରସାର ପାଇଁ ନୂତନ ପଥ ଉନ୍ମୁକ୍ତ ହେବ। ସହକର୍ମୀ ଆପଣଙ୍କ କଥାକୁ ଗୁରୁତ୍ବ ଦେବେ। କଠିନ ପରିଶ୍ରମ କରି ସଫଳତା ପାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ନିବିଡ଼ତା ବଢ଼ିବ।

ମକର: ସମାଜରେ ମାନସମ୍ମାନ ଓ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବ। ପରିବାରର ସହଯୋଗ ପାଇ ନିଜ ଦକ୍ଷତାକୁ ପ୍ରମାଣିତ କରିବେ। ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ: ଦିନଟିରେ ଉତ୍ସାହିତ ରହି, ସବୁ କାର୍ଯ୍ୟକୁ ସୁଚାରୂ ରୁପରେ କରିବେ। ବରିଷ୍ଠ ଅଧିକାରୀଙ୍କଠାରୁ ପୁରସ୍କାର ପାଇପାରନ୍ତି। କୌଣସି ଖାସ୍‌ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ। ଦୂରଯାତ୍ରାରୁ ଲାଭାନ୍ବିତ ହୋଇପାରନ୍ତି।

ମୀନ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ କାରବାରରେ ଫସିଯାଇପାରନ୍ତି। ପୁରୁଣା ସାଙ୍ଗସାଥୀଙ୍କ ଅକସ୍ମାତ୍‌ ଆଗମନ ହେବ। କର୍ମକ୍ଷେତ୍ରରେ ବଦଳି ହେବାର ଯୋଗ ରହିଛି।

Leave A Reply

Your email address will not be published.