ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୧୯-୦୪-୨୦୨୨)

ମେଷ: ଦେହ ଓ ମନ ଭଲ ରହିବ ନାହିଁ। ଅର୍ଥଚିନ୍ତା ରହିବ। ରାଜନୀତିରେ ସମସ୍ୟା ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।

ବୃଷ: ଦିନଟି ହର୍ଷୋଲ୍ଲାସ ଭିତରେ କଟିବ। ରାଜନୀତିରେ ଉଚ୍ଚ ପ୍ରଶଂସା ପାଇବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା।

ମିଥୁନ: ଦୃଢ଼ମନା ଓ ଶତ୍ରୁଜୟୀ ହେବେ। ରାଜନୀତିରେ ସକ୍ରିୟ ରହିବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

କର୍କଟ: କାର୍ଯ୍ୟ ବିଳମ୍ବ ଓ ସମସ୍ୟାବହୁଳ ରହିବ। ଚାକିରିରେ କର୍ତ୍ତୃପକ୍ଷଙ୍କର ଚାପ ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀମାନେ ଆଳସ୍ୟ ହେବେ।ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ।

ଏଥିସହିତ ପଢ଼ନ୍ତୁ

ସିଂହ:କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍‌।

କନ୍ୟା: ସମାଜରେ ପ୍ରତିଷ୍ଠିତ ହେବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଚାକିରିରେ ସମ୍ମାନିତ ହେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା: କର୍ମକ୍ଷେତ୍ର ମନ୍ଥର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ଦେଖାଦେବ। ମହିଳାମାନେ ବିରକ୍ତିମନା ହେବେ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଅନ୍ୟମନସ୍କ ରହିବେ। ଶୁଭ ଅଙ୍କ- ୨,ଶୁଭ ରଙ୍ଗ- ସିଲ୍‌ଭର୍‌।

ବିଛା: ଦିନଟି ବ୍ୟସ୍ତତା ଭିତରେ କଟିବ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ଦୂରଯାତ୍ରା କରିପାରନ୍ତି। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍‌।

ଧନୁ: ବିଭିନ୍ନ ଉପାୟରେ ଆୟ କରିବେ। ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ହୋଇପାରେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ-ବାଇଗଣୀ।

ମକର: କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ। ପ୍ରଶାସନିକ ଓ ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ଆୟ ଉତ୍ତମ ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ-ସିଲ୍‌ଭର୍‌।

କୁମ୍ଭ: କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ- ୩,ଶୁଭ ରଙ୍ଗ- ହଳଦିଆ।

ମୀନ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ଚାକିରିରେ ଅପଦସ୍ତ ହୋଇପାରନ୍ତି । ରାଜନୀତିରେ ଜଟିଳ ସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଅପଯଶ ପାଇବେ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି।

Leave A Reply

Your email address will not be published.