ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୧୭-୦୫-୨୦୨୨)

ମେଷ: ପ୍ରିୟଜନଙ୍କଠାରୁ ପ୍ରତାରଣା ପାଇପାରନ୍ତି। ଗୁରୁଜନଙ୍କ ପାଇଁ ଚିନ୍ତିତ ହେବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି । ଭାବିଚିନ୍ତି ସଠିକ୍‌ ଭାବରେ ନିବେଶ କରନ୍ତୁ।

ବୃଷ: ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିବ। ଦେହ ଓ ମନ ଭଲ ରହିବ। ନୂତନ ନିଯୁକ୍ତି ସୁଯୋଗ ରହିଛି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ।

ମିଥୁନ: ମନରେ ସକାରାତ୍ମକ ଭାବନା ରଖନ୍ତୁ। କୌଣସି କାର୍ଯ୍ୟକୁ ନେଇ ଦ୍ଵନ୍ଦରେ ପଡ଼ିପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆଶାନୁଯାୟୀ ଫଳ ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ।

କର୍କଟ: ବିଶ୍ବାସଘାତକତାର ଶିକାର ହୋଇପାରନ୍ତି। ଅତ୍ୟଧିକ ପରିଶ୍ରମ ଫଳରେ ଥକା ଅନୁଭବ କରିବେ। ଯାତ୍ରା ଯୋଗ ରହିଛି। ଆୟ ତୁଳନାରେ ବ୍ୟୟ ବଢ଼ିବ। ଜୀବନସାଥୀଙ୍କ ସହ ବାଦବିବାଦ ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: କୋର୍ଟକଚେରୀ ମାମଲାରେ ଫସି ଯାଇପାରନ୍ତି। ଅର୍ଥ କାରବାର ଧ୍ୟାନରେ କରନ୍ତୁ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପଡ଼ିବେ। ନିଜକୁ ଏକୁଟିଆ ଅନୁଭବ କରିବେ। ପାରିବାରିକ ସମ୍ପର୍କରେ ତିକ୍ତତା ଆସିପାରେ।

କନ୍ୟା: ସମାଜରେ ପ୍ରତିଷ୍ଠିତ ହେବେ। ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ। ଭ୍ରମଣଯୋଗ ରହିଛି। ପାରିବାରିକ ସମସ୍ୟାରେ ଫସି ରହିବେ।

ତୁଳା: ଆଧ୍ୟାତ୍ମିକ ଚିନ୍ତାରେ ଦିନ କାଟିବେ। ନିଜ ଲୋକଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କୁ ମନର କଥା କୁହନ୍ତୁ।

ବିଛା: ଅତି ଛୋଟ ଛୋଟ କଥାରେ ମଧ୍ୟ ଖୁସି ହୋଇଯିବେ। ଶତ୍ରୁମାନେ ମିତ୍ରତାର ହାତ ବଢ଼େଇବେ। ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ବୁଦ୍ଧିବଳରେ ଆଗକୁ ଅଗ୍ରସର ହେବେ। ବନ୍ଧୁବାନ୍ଧବଙ୍କଠାରୁ ମୂଲ୍ୟବାନ ଉପହାର ପାଇବେ। କର୍ମକ୍ଷେତ୍ରରେ ଏକାଗ୍ରତାର ସହ କାର୍ଯ୍ୟ କରିବେ। ବିଦେଶ ଯାତ୍ରା ଯୋଗ ରହିଛି। ଦାମ୍ପତ୍ୟ ଜୀବନ ମଧୁର ରହିବ।

ମକର: ସାମାଜିକ କାର୍ଯ୍ୟରେ ସାମିଲ ହେବେ। ନିଜ ଭାବନା ଉପରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିଶ୍ରମୀ ହେବେ। ନୂତନ ନିବେଶ କରିବାର ନିଷ୍ପତ୍ତି ନେଇ ପାରନ୍ତି। ଜୀବନସାଥୀଙ୍କ ଆଶାକୁ ପୂରଣ କରିବେ।

କୁମ୍ଭ: ସାମାଜିକ ମାନ ପ୍ରତିଷ୍ଠାର ଅଧିକାରୀ ହେବେ। ଆର୍ଥିକକ୍ଷେତ୍ରରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପ୍ରିୟଜନଙ୍କ ପାଇଁ ପ୍ରତାରିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ମୀନ: ବାଧାବିଘ୍ନର ଅନ୍ତ ଘଟିବ। ଆର୍ଥିକ ଅସୁବିଧା ଦୂର ହେବ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାରବର୍ଗଙ୍କ ସହ ଅଧିକ ସମୟ ଅତିବାହିତ କରିବେ।

Leave A Reply

Your email address will not be published.