ମଙ୍ଗଳବାର ରାଶିଫଳ ( ୧୭ – ୦୧ – ୨୦୨୩ )

ମେଷ: ବିଶ୍ବାସ କରି ଧୋକା ପାଇପାରନ୍ତି। ସାଙ୍ଗସାଥୀଙ୍କ ସହ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବେ। କିଛି ନୂତନ କାର୍ଯ୍ୟରେ ନିେୟାଜିତ ହୋଇପାରନ୍ତି। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।
ବୃଷ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଅଧିକରୁ ଅଧିକ ସମୟ ସାଙ୍ଗସାଥୀଙ୍କ ସହ କଟାଇବେ। ପାରିବାରିକ ଦାୟିତ୍ବ ବୃଦ୍ଧି ପାଇବାକୁ ଲାଗିବ। ବ୍ୟବସାୟୀମାନେ ଅଧିକ ଲାଭବାନ ହୋଇପାରନ୍ତି।
ମିଥୁନ: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟୀମାନେ ଦୂରଯାତ୍ରା କରି ଲାଭାନ୍ବିତ ହେବେ। ଅକସ୍ମାତ୍ ଧନଲାଭ ହୋଇପାରେ।
କର୍କଟ: ନିକଟତମ ବ୍ୟକ୍ତିଙ୍କ ପାଇଁ ସମସ୍ୟାରେ ପଡ଼ିଯାଇପାରନ୍ତି। ଆଳସ୍ୟତା ହେତୁ କାର୍ଯ୍ୟ କରିବା ସମୟରେ ଏକାଗ୍ରତା ହରାଇବେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।
ସିଂହ: ପାରିବାରକ ସମସ୍ୟା ସମାଧାନ ପାଇଁ ଜୀବନସାଥୀଙ୍କ ସହଯୋଗ ଲୋଡ଼ିବେ। ମହିଳାମାନେ ସ୍ବାଧୀନଭାବରେ କାର୍ଯ୍ୟ କରିବେ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବେ।
କନ୍ୟା: ଆଶାଠାରୁ ଅଧିକ ଲାଭବାନ ହୋଇପାରନ୍ତି। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଉତ୍ତମ ରହିବ। ଅଳ୍ପ ପରିଶ୍ରମ କରି ମଧ୍ୟ ସଫଳତା ପାଇବେ। ବନ୍ଧୁବାନ୍ଧବଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ।
ତୁଳା: ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ପାଇବେ। କୋର୍ଟକଚେରୀ ମାମାଲା ଆପଣଙ୍କ ସପକ୍ଷରେ ରହିବ। ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ଛାତ୍ରଛାତ୍ରୀ ଲୋଖାପଢ଼ାରେ ମନୋନିବେଶ କରିବେ।
ବିଛା: ପାରିବାରିକ ସମସ୍ୟାରେ ଫସି ରହିବେ। ଅଧିକ ଖର୍ଚ୍ଚ କରି ଚିନ୍ତାରେ ପଡ଼ିପାରନ୍ତି। କାର୍ଯ୍ୟସ୍ଥଳୀରେ ଦୀର୍ଘ ସମୟ ଧରି ଲାଗିରହିଥିବା ସମସ୍ୟାର ସମାଧାନ କରିବେ। ଭ୍ରମଣ ସନ୍ତୋଷଜନଙ୍କ ରହିବ।
ଧନୁ: ପରିବାରଲୋକଙ୍କ ସଂପୂର୍ଣ୍ଣ ସହାୟତା ପାଇବେ। କାର୍ଯ୍ୟସ୍ଥଳୀରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବନ୍ଧୁବାନ୍ଧବଙ୍କ ଆଗମନରେ ମନ ପ୍ରସନ୍ନ ରହିବ। ପଦୋନ୍ନତିର ସୁଯୋଗ ରହିଛି।
ମକର: ପାରିବାରିକ ସମ୍ପର୍କ ମଜଭୁତ ହେବ। କାର୍ଯ୍ୟମନ୍ଥର ଯୋଗୁ ଅସୁବିଧାରେ ପଡ଼ିପାରନ୍ତି। କୌଣସି କ୍ଷେତ୍ରରେ ଠକାମିର ଶିକାର ହୋଇପାରନ୍ତି। ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ନୂତନ ସୁଯୋଗ ପାଇବେ।
କୁମ୍ଭ: କୌଣସି କଥାକୁ ନେଇ ବ୍ୟସ୍ତତା ଭିତରେ ରହିବେ । ପରିବାରବର୍ଗଙ୍କ ସହ ଉତ୍ତମ ସମୟ କଟାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଭଲଭାବରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ମୀନ: ବିଭିନ୍ନ ସମସ୍ୟା ଦେଇ ଗତି କରିପାରନ୍ତି। ମହିଳାମାନେ ଧର୍ମପରାୟଣ ହେବେ। ପୁରୁଣା କାର୍ଯ୍ୟ ପାଇଁ ପଶ୍ଚାତ୍ତାପ କରିପାରନ୍ତି। ବ୍ୟୟବହୁଳତା କାରଣରୁ ଅଭାବ ଅସୁବିଧା ଲାଗି ରହିବ।