ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୧୫ – ୧୧ – ୨୦୨୨ )

ମେଷ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଯୋଗ ରହିଛି। ମହିଳାମାନେ ଆତ୍ମବିଶ୍ବାସ ସହ ଆଗକୁ ବଢ଼ିବେ। ପାରିବାରିକ ସାହାଯ୍ୟ ସହଯୋଗ ପାଇବେ।

ବୃଷ: ନୂତନ ନିେବଶ କରିବାରୁ ଦୂରେଇ ରୁହନ୍ତୁ। ପରିବାର ସହ ଆନନ୍ଦପୂର୍ଣ୍ଣ ଦିନ ଅତିବାହିତ କରିପାରନ୍ତି। ବ୍ୟବସାୟ ପ୍ରସାରିତ କରିବା ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ।

ମିଥୁନ: ବେରୋଜଗାରୀମାନଙ୍କୁ ରୋଜଗାରର ସୁଯୋଗ ମିଳିପାରେ। ଅତ୍ୟଧିକ କାମ କରି ମାନସିକ ଅବସାଦରେ ରହିପାରନ୍ତି। ନିଜ ସ୍ବାସ୍ଥ୍ୟ ପାଇଁ ଯତ୍ନଶୀଳ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

କର୍କଟ: ପରିଶ୍ରମର ଫଳ ପାଇବେ। ଭଲ କାମ କରି ପଦସ୍ଥ ଅଧିକାରୀଙ୍କଠାରୁ ସମ୍ମାନ ପାଇବେ। ଦୃଢ଼ମନା ହୋଇ ସବୁ କର୍ଯ୍ୟ କରିଚାଲିବେ। ମହିଳାମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଯୋଜନା କରି ଅସଫଳ ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟ ପ୍ରତି ଅବହେଳା କରି ଅପମାନିତ ହୋଇପାରନ୍ତି। ବିରୋଧୀ ବୃଦ୍ଧି ପାଇବେ। ଆଳସ୍ୟ ପରିତ୍ୟାଗ କରି ନିଜ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟା କରିବେ।

କନ୍ୟା: ପରିବାରରେ କୌଣସି କଥାକୁ ନେଇ ମନାନ୍ତର ଦେଖା ଦେଇପାରେ । କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଦିନଟିରେ ଚଳଚଞ୍ଚଳ ରହିବେ । ସମାଜରେ ଲୋକସମ୍ପର୍କ ବୃଦ୍ଧି ପାଇବ।

ତୁଳା: ଜଗିରହି ଚଳନ୍ତୁ, ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ସନ୍ତାନସନ୍ତତିଙ୍କଠାରୁ ଅଧିକ ଆଶା ରଖିବେ। କାର୍ଯ୍ୟକ୍ଷେତ୍ରରେ ଆଗୁଆ ରହିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।

ବିଛା: ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ। ସାଙ୍ଗସାଥୀଙ୍କ ସହ ଭ୍ରମଣଯୋଗ ରହିଛି। ପରିବାରରେ ସୁଖ ସମୃଦ୍ଧି ଦେଖାଦେବ। ଅର୍ଥନୈତିକ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ନୂତନ ଚିନ୍ତାଧାର ଅନୁଯାୟୀ କାର୍ଯ୍ୟ କରିବେ।

ଧନୁ: ଆତ୍ମନିର୍ଭରଶୀଳ ହୋଇ କାର୍ଯ୍ୟ କରିବେ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଜୀବନରେ ନୂତନ ପରିବର୍ତ୍ତନ ଆସିପାରେ। ଭାବନା ଉପରେ ସଂଯମତା ରକ୍ଷା କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ରହିବ।

ମକର: ଦେହ ଓ ମନ ଭଲ ରହିବ। କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।

କୁମ୍ଭ: ଜଗି ରହି ଦିନଟି ଅତିବାହିତ କରନ୍ତୁ। ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ। କର୍ମକ୍ଷେତ୍ରରେ ଧ୍ୟାନ ଦେଇ କାର୍ଯ୍ୟ କଲେ ସଫଳତା ପାଇବେ। ପାରିବାରିକ ସମସ୍ୟା ଦେଖାଦେଇପାରେ । ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଦେହ ଓ ମନ ଭଲ ରହିବ। ପରିବାର ପରିଜନଙ୍କ ସହ ଅଧିକ ସମୟ ବିତାନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ।

Leave A Reply

Your email address will not be published.